Advertisment

ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା

ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି।

PT Usha nominated to rajya sabha

PT Usha nominated to rajya sabha

Advertisment

ସଂସଦର ଉଚ୍ଚ ସଦନକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲିୟା ରାଜା, ପ୍ରସିଦ୍ଧ ସିନେ ନିର୍ମାତା ବିଜେୟେନ୍ଦ୍ର ପ୍ରସାଦ ଓ ବିଶିଷ୍ଟ ସମାଜସେବୀ ବୀରେନ୍ଦ୍ର ହେଗେଡେ।

Advertisment

ରାଜ୍ୟସଭାକୁ ମନୋନୀତ ପରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ମସସ୍ତ ସଦସ୍ୟଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟଙ୍କ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ରାଜ୍ୟସଭାର ଏହିସବୁ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ଲାଗି ରହିବ।

Advertisment

୧୯୮୪ ଅଲିମ୍ପିକ୍ ଗେମ୍ସରେ ପିଟି ଉଷା ଚତୁର୍ଥ ସ୍ଥାନ ହାସଲ କରିଥିଲେ। ସେବେଠାରୁ ସେ ସାରା ଦେଶରେ ଲୋକପ୍ରିୟ ହୋଇଥିଲେ। ତାଙ୍କର ଲୋକପ୍ରିୟତା ଏତେ ବଢିଗଲା ଯେ ପରେ ସେ ଆଥ୍‌ଲେଟିକ୍ସ ସହିତ ସମକକ୍ଷ ହୋଇଗଲେ। ବର୍ତ୍ତମାନ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି।

୧୯୮୦ ଦଶକରେ ଦେଶର ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ଥିଲା ବୋଲି ପିଟି ଉଷା ନିଜେ କହିଥିଲେ। ଯେତେବେଳେ ସେ କ୍ରୀଡା ଜଗତକୁ ଆସିଥିଲେ, ସେ ଭାବି ନଥିଲେ ଯେ ଦିନେ ସେ ଅଲିମ୍ପିକ୍ସରେ ଭାଗ ନେଇ ପାରିବେ।

Advertisment
India News PT Usha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ