Advertisment

ଇସ୍ରୋର ଐତିହାସିକ ମିଶନ: ମହାକାଶକୁ ଗଲା PSLV-C54 ରକେଟ୍

୯ଟି ସାଟେଲାଇଟ୍‌କୁ ନେଇ PSLV-C54 ଉତ୍‌କ୍ଷେପଣ କରାଯାଇଛି। ଓସେନ୍‌ସାଟ୍‌ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ୍‌ ଇସ୍ରୋ ପଠାଇଛି।

PSLV-C54 takes off from Satish Dhawan Space Centre in Sriharikota

PSLV-C54 takes off from Satish Dhawan Space Centre in Sriharikota

Advertisment

ଇସ୍ରୋର ଐତିହାସିକ ମିଶନ। ମହାକାଶକୁ ଗଲା PSLV-C54 ରକେଟ୍। ୯ଟି ସାଟେଲାଇଟ୍‌କୁ ନେଇ PSLV-C54 ଉତ୍‌କ୍ଷେପଣ କରାଯାଇଛି। ଓସେନ୍‌ସାଟ୍‌ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ୍‌ ଇସ୍ରୋ ପଠାଇଛି।

Advertisment

ଆନ୍ଧ୍ରପ୍ରେଦଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ୱନ ସ୍ପେଶ୍ ସେଣ୍ଟରରୁ ଏହାର ଉତ୍‌କ୍ଷେପଣ କରାଯାଇଛି। ଆଜି ସକାଳ ୧୦ଟା ୩୦ ମିନିଟ୍‌ ସମୟରେ ସାଟେଲାଇଟ୍ ଉତ୍‌କ୍ଷେପଣ ପ୍ରକ୍ରିୟା ‌ଆରମ୍ଭ ହୋଇଥିଲା। କାଉଣ୍ଟଡାଉନ୍  ଦିନ ୧୧ଟା ୫୬ ମିନିଟ୍ ସମୟରେ ଏହାକୁ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

Advertisment

PSLVର ଏହା ହେଉଛି ୫୬ତମ ଉତ୍‌କ୍ଷେପଣ। ଇସ୍ରୋର ଏହା ବହୁ ପ୍ରତୀକ୍ଷିତ ମିଶନ। ଗୋଟିଏ ରକେଟ୍‌ରେ ଦୁଇ ଦୁଇଟି କକ୍ଷ ପଥରେ ସାଟେଲାଟ୍‌କୁ ଅବସ୍ଥାପିତ କରାଯିବ। ପ୍ରଥମ କକ୍ଷ ପକ୍ଷରେ ଓସେନ୍‌ସାଟ୍‌ ସାଟେଲାଇଟ୍‌କୁ ଅବସ୍ଥାପିତ କରାଯିବ। ଏହାପରେ ଦ୍ୱିତୀୟ କକ୍ଷ ପଥରେ ଅନ୍ୟ ୮ ନାନୋ ସାଟେଲାଇଟ୍‌ ସବୁକୁ ଅବସ୍ଥାପିତ କରାଯିବ।  

ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ