Advertisment

IAS କ୍ୟାଡର ରୁଲ୍ ସଂଶୋଧନ ଅସୁବିଧା ହେବନି: ଜିତେନ୍ଦ୍ର ସିଂ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି

MoS (personnel) Jitendra Singh

MoS (personnel) Jitendra Singh

Advertisment

ନୂଆଦିଲ୍ଲୀ: ୧୯୫୪ ଆଇଏଏସ୍ କ୍ୟାଡର ରୁଲରେ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରାଜ୍ୟଗୁଡ଼ିକୁ ଅସୁବିଧାରେ ପକାଇବ ନାହିଁ। ଗତକାଲି ରାଜ୍ୟସଭାରେ ଏ ସମ୍ପର୍କିତ ପ୍ରସଙ୍ଗରେ ଲିଖିତ ଉତ୍ତର ରଖି ସ୍ପଷ୍ଟ କରିଛନ୍ତି କେନ୍ଦ୍ର କାର୍ମିକ ବିଭାଗ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ। ଏଥିସହ ଜିତେନ୍ଦ୍ର ଲେଖିଛନ୍ତି-ଭାରତୀୟ ପ୍ରଶାସନିକ ସେବା ୧୯୫୫ ସର୍ଭିସ୍ ରେଗୁଲେସନରେ କ୍ୟାଡର ଓ ଜଏଣ୍ଟ କ୍ୟାଡରର ସିନିୟର ଡ୍ୟୁଟି ପୋଷ୍ଟରେ କେନ୍ଦ୍ରୀୟ ଡେପୁଟେସନ ପାଇଁ ସଂରକ୍ଷଣ ସୀମା ୪୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ପ୍ରୋଭିଜନ ରହିଛି କିନ୍ତୁ ସେତିକି ପଦବୀ ପୂରଣ ପାଇଁ ବି ରାଜ୍ୟମାନେ ସେଣ୍ଟ୍ରାଲ ଡେପୁଟେସନକୁ ଆବଶ୍ୟକ ସଂଖ୍ୟକ ଅଫିସର ପଠାଉ ନାହାନ୍ତି।

Advertisment

ତେଣୁ ଏ ସମସ୍ୟାର ସମାଧାନ ଲାଗି କେନ୍ଦ୍ର ସରକାର ଆଇଏଏସ୍ କ୍ୟାଡର ରୁଲ୍ ସଂଶୋଧନ ଚାହୁଁଛନ୍ତି, ଏଥିରେ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥାରେ ଅସୁବିଧା ସୃଷ୍ଟି ହେବ ନାହିଁ। ଆଇଏଏସ୍ କ୍ୟାଡର ରୁଲ୍ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟ ପକ୍ଷରୁ ବିରୋଧ ହେବା ପରେ ଓଡିଶା ମଧ୍ୟ ସେଇ ରାସ୍ତାରେ ଯାଇଛି।

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଯେଉଁଥିରେ ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅର୍ଥାତ୍ ରାଜ୍ୟ ସହମତି ଭିତ୍ତିରେ ଡେପୁଟେସନ୍ ଲାଗୁ କରିବାକୁ ଦାବି ରଖାଯାଇଛି ଯେ କୌଣସି ସମୟରେ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଗଲେ ରାଜ୍ୟର ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ ବୋଲି କୁହାଯାଇଛି ଯାହାକୁ ନେଇ ରାଜନୀତି ମଧ୍ୟ ତେଜିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ