ବ୍ୟାଗରେ ଟଙ୍କା ପକାଅ, ଦଶ ଦିନରେ ହେବ ଡବଲ ! ଦାରିଦ୍ର୍ୟ ଦୂର କରିବାର ବାହାନା ଦେଖାଇ ଲୁଟି ନେଲେ ଦୁଇ ଲକ୍ଷ

ବୃଦ୍ଧ ଦମ୍ପତିଙ୍କୁ ଠକିଲେ ଭଡ଼ାଟିଆ । ଟଙ୍କା ଦୂର କରିବାର ବାହାନା ଦେଖାଇ ଟଙ୍କା ଲୁଟିନେଲେ ।

ଠକେଇର ଶିକାର ହୋଇଥିବା ବୃଦ୍ଧ ଦମ୍ପତି

ସରଳ ବିଶ୍ୱାସୀଙ୍କ ବିଶ୍ୱାସରେ ବିଷ । ତନ୍ତ୍ରମନ୍ତ୍ର ସାହାଯ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ବାହାନା । ବୃଦ୍ଧ ଦମ୍ପତିଙ୍କ ଠାରୁ ଦୁଇ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ । ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଗରିବରୁ ଧନୀ କରାଇବାର ପ୍ରତିଶ୍ରୁତି ଦେଇ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଛି । କେଶୱରାଇପାଟାନ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଅଲୌକିକ ଶକ୍ତି ସାହାଯ୍ୟ ଟଙ୍କା ଦୁଇ ଗୁଣା କରିଦେବେ କହି ବୃଦ୍ଧ ଦମ୍ପତିଙ୍କୁ ଠକି ଫେରାର ମାରିଛି । ଏନେଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ଠକକୁ ଖୋଜୁଛି ପୋଲିସ୍ ।

୧୦ ଦିନ ପର୍ଯ୍ୟନ୍ତ ବ୍ୟାଗ୍ ଛୁଇଁବା ପାଇଁ ମନା କରିଥିଲା ଅଭିଯୁକ୍ତ

ଚାମୁଣ୍ଡା କଲୋନୀର ବାସିନ୍ଦା ରାମସ୍ୱରୂପ କାଣ୍ଡାରାଙ୍କ ସହ ଠକେଇ ହୋଇଥିବା ପୋଲସ୍ ସୂଚନା ରହିଛି । ଶ୍ରୀପୁରାର ବାସିନ୍ଦା କିଶନ ବିହାରୀ ବାଇରୱା ଅକ୍ଟୋବର ୧୨ରେ ତାଙ୍କ ଘରେ ଭଡାରେ ରହିବାକୁ ଆସିଥିଲେ। ବେଶ କିଛି ଦିନ ରହିବା ପରେ ଭଡାଟିଆ ଓ ମାଲିକଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ଖାଇବା ପିଇବା ଦିଆନିଆ ଭିତରେ ଉଭୟେ ଭଲ ବନ୍ଧୁ ପାଲଟିଯାଇଥିଲେ । ଶେଷରେ ତାଙ୍କ ସରଳରତାର ସୁଯୋଗ ନେଇ ତନ୍ତ-ମନ୍ତ୍ର ସାହାଯ୍ୟରେ ଦାରିଦ୍ର୍ୟ ଦୂର କରିବା ପାଇଁ ଘର ମାଲିକ ରାମସ୍ୱରୂପଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ । ଆଉ ତା’ପରେ ବୃଦ୍ଧ ଦମ୍ପତିଙ୍କ ଠାରୁ ୨ଲକ୍ଷ ଟଙ୍କା ନେଇଯାଇଥିଲେ ।

ଦୁର୍ଦ୍ଦାନ୍ତ ଅଭିଯୁକ୍ତ ପ୍ରତ୍ୟେକ ଥର ଟଙ୍କା ନେବା ପରେ ଏକ ବ୍ୟାଗରେ ଟଙ୍କା ରଖିବାକୁ କହୁଥିଲା ଏବଂ ଦମ୍ପତ୍ତିଙ୍କୁ ୧୦ ଦିନ ପର୍ଯ୍ୟନ୍ତ ବ୍ୟାଗକୁ ନଛୁଇଁବା ପାଇଁ ପରାମର୍ଶ ଦେଇଥିଲେ । ଏପରି କରିବା ଦ୍ୱାରା ଦଶ ଦିନରେ ଟଙ୍କା ଦୁଇ ଗୁଣ ହୋଇଯିବ ବୋଲି ସରଳ ଲୋକଙ୍କ ମନରେ ଧାରଣା ଜନ୍ମାଇଥିଲେ ।

ସମୟ ପୂର୍ବରୁ ବ୍ୟାଗ୍ ଖୋଲିଲେ ମିଳିବ ନକଲି ନୋଟ୍

ଅତି ଚତୁରତାର ସହ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିଲା । ପ୍ରଥମେ ସେ ଦମ୍ପତିଙ୍କ ବିଶ୍ୱାସ ଜିତିଥିଲା ଆଉ ତା’ ପରେ ଠକେଇ କରିଥିଲା । ସମୟ ପୂର୍ବରୁ ବ୍ୟାଗ୍ ଖୋଲିଲେ ନକଲି ନୋଟ୍ ମିଳିବ ବୋଲି ମନରେ ଭୟ ମଧ୍ୟ ସୃଷ୍ଟି କରିଥିଲେ । ଟଙ୍କା ହରାଇବା ଭୟରେ ବ୍ୟାଗକୁ ଆଦୌ ଖୋଲିନଥିଲେ ବୃଦ୍ଧ ଦମ୍ପତି ।

ସବୁ ଟଙ୍କାରେ ବ୍ୟାଗରେ ରଖିବା ପରେ ଦେଓଲି ରୋଡ ନିକଟସ୍ଥ ଏକ ପୋଖରୀ ପାଖରେ ଛାଡ଼ିଆସିବାକୁ କହିଥିଲେ ଅଭିଯୁକ୍ତ । ଟଙ୍କା ବ୍ୟାଗ୍ ଛାଡ଼ି ଘରକୁ ଫେରିବା ପରେ ଦମ୍ପତିଙ୍କ ହୋସ୍ ଉଡ଼ିଯାଇଥିଲେ । କାରଣ ଘରେ ନଥିଲେ ଭଡ଼ାଟିଆ । ଜନିଷପତ୍ର ଧରି ଗାୟବ୍ ହୋଇଯାଇଥିଲେ । ନିଜ ସହ ଠକେଇ ହୋଇଥିବା ଜାଣିବା ପରେ ବୃଦ୍ଧଦମ୍ପତି ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।