Advertisment

ରେଷ୍ଟୁରାଣ୍ଟରୁ ଦେଶୀ ଘିଅ ଛୁଙ୍କର ମାଗଣା ବିରିୟାନୀ ମଗାଉଥିଲେ ଡ଼ିସିପି, ଭାଇରାଲ ହେଲା ଅଡ଼ିଓ

ଭାଇରାଲ ହେଉଥିବା ଅଡ଼ିଓରେ ସ୍ପଷ୍ଟ ଭାବରେ ଶୁଣାଯାଉଛି କି, ଡ଼ିସିପି ଜଣକ ରେଷ୍ଟୁରାଂଟ୍‌ରୁ ଖାଇବା ଅର୍ଡ଼ର କରିବା ପାଇଁ କହୁଛନ୍ତି। କେବଳ ଏତିକି ନୁହେଁ ବରଂ ବିରିୟାନୀରେ ଦେଶୀ ଘିଅର ଛୁଙ୍କ ଦେବା ପାଇଁ କହୁଥିବାର ସ୍ପଷ୍ଟ ଶୁଣାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ରେଷ୍ଟୁରାଂଟ୍‌ରୁ ଏହି ଖାଇବା ଅର୍ଡ଼ର କରିବା ପାଇଁ ପୋଲିସ ବାବୁ ଜଣକ କହୁଛନ୍ତି, ତାହା ତାଙ୍କ ଥାନା ପରିସର ମଧ୍ୟରେ ଆସୁଛି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ କେମିତି ନିଜର ପାୱାର ବ୍ୟବହାର କରୁଛି ତାହା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
ରେଷ୍ଟୁରାଣ୍ଟରୁ ଦେଶୀ ଘିଅ ଛୁଙ୍କର ମାଗଣା ବିରିୟାନୀ ମଗାଉଥିଲେ ଡ଼ିସିପି, ଭାଇରାଲ ହେଲା ଅଡ଼ିଓ

maharashtra police

Advertisment

ମୁମ୍ବାଇ: ପୁଣି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କାରଣ ସେ ଡ୍ୟୁଟି ସମୟରେ ନିଜର କର୍ମଚାରୀଙ୍କୁ ଅର୍ଡ଼ର ଦେଉଛନ୍ତି କି, ରେଷ୍ଟୁରାଂଟ୍‌ରୁ ବିରିୟାନୀ ଅର୍ଡ଼ର କର। କିନ୍ତୁ ଗୋଟିଏ ବି ଟଙ୍କା ଦେବ ନାହିଁ ଅର୍ଥାତ୍‌ ମାଗଣାରେ ବିରିୟାନୀ ମଗାଇବା ଲାଗି ଅର୍ଡ଼ର ଦେଉଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ତେବେ ଏବେ ଅଡ଼ିଓ ଭାଇରାଲ ହେବା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଭାଇରାଲ ହେଉଥିବା ଅଡ଼ିଓରେ ସ୍ପଷ୍ଟ ଭାବରେ ଶୁଣାଯାଉଛି କି, ଡ଼ିସିପି ଜଣକ ରେଷ୍ଟୁରାଂଟ୍‌ରୁ ଖାଇବା ଅର୍ଡ଼ର କରିବା ପାଇଁ କହୁଛନ୍ତି। କେବଳ ଏତିକି ନୁହେଁ ବରଂ ବିରିୟାନୀରେ ଦେଶୀ ଘିଅର ଛୁଙ୍କ ଦେବା ପାଇଁ କହୁଥିବାର ସ୍ପଷ୍ଟ ଶୁଣାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ରେଷ୍ଟୁରାଂଟ୍‌ରୁ ଏହି ଖାଇବା ଅର୍ଡ଼ର କରିବା ପାଇଁ ପୋଲିସ ବାବୁ ଜଣକ କହୁଛନ୍ତି, ତାହା ତାଙ୍କ ଥାନା ପରିସର ମଧ୍ୟରେ ଆସୁଛି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ କେମିତି ନିଜର ପାୱାର ବ୍ୟବହାର କରୁଛି ତାହା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ବରଂ ସରକାର ବାବୁ ଜଣଙ୍କୁ ମୋଟା ଅଙ୍କର ବେତନ ଦେଉଥିବା ପରେ ମଧ୍ୟ କାହିଁକି ଏମିତି ମାଗଣାରେ ଖାଇବା ଅର୍ଡ଼ର କରୁଥିଲେ ସମ୍ପୃକ୍ତ ପୋଲିସ ଡ଼ିସିପି? ଏବଂ ଏହା ପୂର୍ବରୁ ସେ କେବେ ଓ କେଉଁ କେଉଁ ରେଷ୍ଟୁରାଂଟରୁ ଖାଇବା ଅର୍ଡ଼ର କରିଛନ୍ତି ତାହାର ମଧ୍ୟ ଯାଂଚ ହେବାର ଆବଶ୍ୟକତା ରହିଛି ବୋଲି ଅନେକ ଲୋକେ ଦାବି କରିଛନ୍ତି।

Advertisment

ଜଣେ ବ୍ୟକ୍ତି ଥାନାରେ ମାମଲା ଦାୟର କରିବା ପରେ ହିଁ ଏହି ଘଟଣା ସମ୍ପର୍କରେ ପୂରା ତଥ୍ୟ ଜଣାପଡ଼ିଥିଲା। ଆଉ ଘଟଣାକୁ ନେଇ ସରକାର ମଧ୍ୟ କ୍ଷୋଭ ପ୍ରକାଶ କରିବା ସହ ସମ୍ପକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କମିଶନରଙ୍କୁ ମଧ୍ୟ ରିପୋର୍ଟ ମଗାଯାଇଛି।

ସେପଟେ ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ ମାମଲାରେ କୌଣସି ସତାସତ୍ୟ ନଥିବା କହିଛନ୍ତି। ସେ କହିଛନ୍ତି, ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର । ଏହାସହ ସେଠାରେ ମୁଁ ମୋର ଦାୟିତ୍ୱକୁ ସଠିକ୍ ଭାବରେ ନିର୍ବାହ କରୁଥିଲି ତେଣୁ କିଛି ଅଫିସର ଏହାକୁ ସହି ନପାରି ଏମିତି କରିଥିବା ଓଲଟି ପାଲଟି ଅଭିଯୋଗ କରିଛନ୍ତି।

Advertisment
Maharashtra Pune PuneDCP Police Dcp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ