Advertisment

ED Summons:ଅଗଷ୍ଟ ୫ରେ ହାଜର ହେବାକୁ EDର ସମନ, ପୂର୍ବରୁ ଅନିଲଙ୍କ ଲିଙ୍କ୍ ଥିବା ୫୦ଟି ସ୍ଥାନରେ ଚଢ଼ାଉ

୨୦୧୭ରୁ ୨୦୧୯ ମଧ୍ୟରେ ୟେସ ବ୍ୟାଙ୍କରୁ ନିଆଯାଇଥିବା ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣର ଅପବ୍ୟବହାର ଅଭିଯୋଗରେ ଅନିଲ ଅମ୍ବାନୀଙ୍କ ବିରୁଦ୍ଧରେ ଚଢ଼ାଉ ହୋଇଥିଲା । ବ୍ୟାଙ୍କ ଟଙ୍କାକୁ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ED Summons

ED Summons

Advertisment

ମୁମ୍ବାଇରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀ ଓ ତାଙ୍କ ରିଲାଏନ୍ସ ସମୂହର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୪ ଜୁଲାଇରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡ଼ିକ ବିରୁଦ୍ଧରେ ଚଢ଼ାଉ କରିଥିଲା, ଯାହା କିଛି ଦିନ ଧରି ଚାଲିଥିଲା। ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ସମନ ପଠାଇଛି।

Advertisment

ତଦନ୍ତ ଏଜେନ୍ସି ଅନିଲ ଅମ୍ବାନୀଙ୍କୁ ୫ ଅଗଷ୍ଟରେ ପଚରାଉଚରା ପାଇଁ ସମନ କରିଛି । ଏବେ ତାଙ୍କୁ ୫ ଅଗଷ୍ଟରେ ଇଡି ସମ୍ମୁଖରେ ହାଜର ହେବାକୁ ପଡ଼ିବ। ତଦନ୍ତ ଏଜେନ୍ସି ଅନେକ ସ୍ଥାନରୁ ବହୁ ସଂଖ୍ୟକ ଦଲିଲ ଓ କମ୍ପ୍ୟୁଟର ଉପକରଣ ଜବତ କରିଥିଲା।

ଏହି ଚଢ଼ାଉ ୩,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ କରାଯାଇଥିଲା। ଏହା ବ୍ୟତୀତ କିଛି କମ୍ପାନୀ ଦ୍ୱାରା କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତାର ଅନେକ ଅଭିଯୋଗ ମଧ୍ୟ ତାଙ୍କ ଉପରେ ଲାଗିଛି।

Advertisment

ମୁମ୍ବାଇ ଓ ଦିଲ୍ଲୀରେ ୫୦ରୁ ଅଧିକ ସ୍ଥାନ ଓ କଂପାନୀରେ ଗତ ଶନିବାର ଚଢ଼ାଉ କରାଯାଇଥିଲା । ୨୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ଅନିଲ ଅମ୍ବାନୀ ଗ୍ରୁପର ଅନେକ ଅଧିକାରୀ ମଧ୍ୟ ଅଛନ୍ତି।

ମିଳିଥିବା ରିପୋର୍ଟ ଅନୁସାରେ ୨୦୧୭ରୁ ୨୦୧୯ ମଧ୍ୟରେ ୟେସ ବ୍ୟାଙ୍କରୁ ନିଆଯାଇଥିବା ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣର ଅପବ୍ୟବହାର ଅଭିଯୋଗରେ ଅନିଲ ଅମ୍ବାନୀଙ୍କ ବିରୁଦ୍ଧରେ ଚଢ଼ାଉ ହୋଇଥିଲା । ବ୍ୟାଙ୍କ ଟଙ୍କାକୁ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ଋଣ ନେଇ ଅନିଲଙ୍କ ଗ୍ରୁପ୍ ଅନ୍ୟ କମ୍ପାନୀକୁ ଦେଇଥିବା ବି ଅଭିଯୋଗ ହୋଇଛି ।

Advertisment

ଯାଞ୍ଚ ସମୟରେ ଅନେକ ତଥ୍ୟ ସାମନାକୁ ଆସିଛି । ଯେପରିକି ବିନା ଭେରିଭିକେସନ କଂପାନୀକୁ ଲୋନ୍ ଦେବା, ଅନେକ କଂପାନୀରେ ଜଣେ ଡାଇରେକ୍ଟର ଓ ଠିକଣା, ଜରୁରୀ କାଗଜପତ୍ର ନଥିବା, ଫେକ୍ କଂପାନୀ ଗୁଡିକୁ ଟଙ୍କା ଟ୍ରାନ୍ସଫର କରିବା, ପୁରୁଣା ଲୋନ ପୈଠ କରିବାକୁ ନୂଆ ଲୋନ ନିଆଯାଇଛି ।

ସିବିଆଇ ଦ୍ୱାରା ଦାୟର ହୋଇଥିବା ଅତି କମରେ ଦୁଇଟି ଏଫଆଇଆର ଏବଂ ନାସନାଲ ହାଉସିଂ ବ୍ୟାଙ୍କ, ସେବି, ଏନଏଫଆରଏ ଏବଂ ବ୍ୟାଙ୍କ ଅଫ ବରୋଦା ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟ ଆଧାରରେ ଏହି ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି ।

Reliance Anil Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ