Advertisment

‘ଦମ୍‌ ଅଛି ତ ଛୁଇଁକି ଦେଖାଅ...’ ପୋଲିସ୍‌କୁ ଆଇନ୍‌ ଶିଖାଇଲେ ପ୍ରିୟଙ୍କା !

ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍‌ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା।

ଅଦ୍ୟତନ ହୋଇଛି
Priyanka Gandhi

Priyanka Gandhi

Advertisment

ଲକ୍ଷ୍ନୌ: ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି। ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍‌ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ପ୍ରିୟଙ୍କା ପୋଲିସକୁ କହିଥିଲେ ଯେ, ସମସ୍ତ ଆଇନ କାନୁନ୍‌ ବିଷୟରେ ତାଙ୍କୁ ଭଲ ଭାବରେ ଜଣା। ତେଣୁ ବିନା ୱାରେଣ୍ଟରେ ପୋଲିସ୍‌ ତାଙ୍କୁ ଏଭଳି ନେଇପାରିବେ ନାହିଁ। 

Advertisment

ଗତ ରାତିରେ ପ୍ରିୟଙ୍କା ଲକ୍ଷ୍ନୌ ପହଞ୍ଚିଥିଲେ। ତେବେ ସେଠାରେ ତାଙ୍କୁ ଗୃହବନ୍ଦୀ କରିବାକୁ ପୋଲିସ କହିଥିଲା। ହେଲେ ପ୍ରିୟଙ୍କା ଆଜି ଭୋରରୁ ଗୃହବନ୍ଦୀକୁ ନମାନି ଲକ୍ଷ୍ମୀପୁର ଖେରି ବାହାରୁଥିଲେ। ତାଙ୍କୁ ପୋଲିସ ଅଟକ ରଖିବାକୁ ଚେଷ୍ଟା କରିଥିଲେ ବି ପ୍ରିୟଙ୍କା ନିଜ ସମର୍ଥକଙ୍କ ସହ କିଛି ବାଟ ଚାଲି ଚାଲି ଯାଇଥିଲେ। ଏହାପରେ କାର୍‌ରେ ଲଖିମପୁର ଖେରି ଯିବାବେଳେ ସୀତାପୁର ହରଗାଁଓ ନିକଟରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ପ୍ରିୟଙ୍କା ତୀବ୍ର ନିନ୍ଦା କରିବା ସହ ଭର୍ତ୍ସନା କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସେ କହିଛନ୍ତି, 'ଯେଭଳି ଭାବରେ ତୁମେ ମୋତେ ଧକ୍କା ଦେଲ, ଜବରଦସ୍ତ ନେବା ପାଇଁ ଚେଷ୍ଟା କଲ,ଏହା ଶାରୀରିକ ନିର୍ଯାତନା, ଅପହରଣ ପ୍ରୟାସ। ମୁଁ ସବୁକିଛି ବୁଝି ପାରୁଛି, ମୋତେ ଛୁଇଁକି ଦେଖାଅ ତ। ପ୍ରଥମେ ମନ୍ତ୍ରୀ ଓ ଅଧିକାରୀଙ୍କ ନିକଟକୁ ଯାଇ ୱାରେଣ୍ଟ ଓ ନିର୍ଦ୍ଦେଶ ଆଣନ୍ତୁ। ଗିରଫ ପାଇଁ ମହିଳା(ମହିଳା ପୋଲିସ୍ କର୍ମୀ)ଙ୍କୁ ଆଗକୁ ପଠାନ୍ତୁ ନାହିଁ। ପ୍ରଥମେ ମହିଳାଙ୍କ ସହ ଭଲରେ କଥାବାର୍ତ୍ତା କରିବା ଶିଖନ୍ତୁ।’

Advertisment

ପ୍ରିୟଙ୍କା ଆହୁରି କହିଛନ୍ତି, ପୀଡ଼ିତଙ୍କ ପରିବାରକୁ କାହିଁକି ଭେଟିବାକୁ ଦିଆଯିବ ନାହିଁ, ସେନେଇ ଉପଯୁକ୍ତ କାରଣ ନ ଜଣାଇଲେ, ସେ ଫେରିବେ ନାହିଁ। କୃଷକ ଆନ୍ଦୋଳନକୁ ଚପାଇ ଦେବା ପାଇଁ ସରକାର ରାଜନୀତି କରୁଛନ୍ତି। ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଇ କୌଣସି ଅପରାଧ କରୁ ନାହାନ୍ତି।  ଯଦି କୌଣସି ଭୁଲ କରୁଛନ୍ତି ତତ୍ ସମ୍ପର୍କିତ ପ୍ରମାଣ ଦେଖାନ୍ତୁ ବୋଲି ପ୍ରିୟଙ୍କା ଗାନ୍ଧି କହିଛନ୍ତି। 

Advertisment
Farmers Protest Congress Priyanka Gandhi UP Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ