କାଶୀ ବିଶ୍ୱନାଥଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜା ଶେଷ : ବର୍ତ୍ତମାନ କରିଡରର ଲୋକାର୍ପଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବିଶାଳ ସମାରୋହରେ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ କରିବେ ।

Narendra Modi

News Summary

କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି

ଆଜି କାଶୀ ବିଶ୍ୱନାଥ କରିଡରର ଲୋକାର୍ପଣ

ପ୍ରଧାନମନ୍ତ୍ରୀ ମୋଦି କରିବେ ଲୋକାର୍ପଣ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତିକ୍ଷୀତ ବାରାଣାସୀର କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବାରଣାସୀରେ ପହଞ୍ଚିବା ପରେ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ସେ ଗଙ୍ଗା ନଦୀର ଖିରଖିରା ଘାଟରୁ ଲଳିତା ଘଧାଟକୁ ଷ୍ଟିମରରେ ଯାଇଥିଲେ । ଲଳିତା ଘାଟରେ ପବିତ୍ର ଗଂଗା ନଦୀରେ ସ୍ନାନ କରିବା ସହ ବୁଡ ପକାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ତା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ।

ଲୋକାର୍ପଣ ପୂର୍ବରୁ କାଶୀ ବିଶ୍ୱନାଥ ଧାମରେ ​​ଏକ ବିଶାଳ ଅନୁଷ୍ଠାନ କରାଯାଇଥିଲା । ଜଳ ଅର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ବାବା ଭୋଳାନାଥଙ୍କ ପୂଜା କରିଥିଲେ । ଦିନ ଗୋଟାଏରେ ଅର୍ଥାତ ଏବେ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବିଭିନ୍ନ ଧର୍ମ ସହ ଜଡିତ ୩ ହଜାରରୁ ଅଧିକ ସନ୍ଥ ଓ ବ୍ୟକ୍ତିତ୍ୱ ଯଜ୍ଞରେ ବସିଛନ୍ତି । କାଶୀ ବିଶ୍ୱନାଥର ପ୍ରସାଦ ପୂରା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ଏ

ହି କରିଡର ହେବା ଫଳରେ କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା ନଦୀକୁ ଯୋଡି ହେବ । ବିନା ଟ୍ରାଫିକ୍ ଓ ଭିଡରେ ଶ୍ରଦ୍ଧାଳୁ ପହଞ୍ଚି ପାରିବେ ଗଙ୍ଗା ନଦୀ କୂଳରେ । ମନ୍ଦିର ପାଖରେ ଫଟୋ ଗ୍ୟାଲେରୀ, ମ୍ୟୁଜିୟମ୍, ଅଡିଟୋରିୟମ୍ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି ହୋଇଛି । କାଶୀ ବିଶ୍ୱନାଥ ମନ୍ଦିର ଛକରେ ମରାଠା ରାଣୀ ମହାରାଣୀ ଅହଲ୍ୟାବାଇଙ୍କ ପ୍ରତିମୂର୍ତ୍ତି ବି ଶୋଭା ପାଉଛି ।

୨୦୧୯ ମାର୍ଚ୍ଚ ମାସରେ କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମେଗା ପ୍ରୋଜେକ୍ଟର ଉଦଘାଟନ ପାଇଁ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀ ବିମାନ ବନ୍ଦରରେ ଅବତରଣ କରିଥିଲେ ।