Advertisment

୭୬ ବର୍ଷରେ ପଦାର୍ପଣ କଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ : ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

୭୬ ବର୍ଷରେ ପାଦ ଦେଲେ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଜନ୍ମଦିନ ଉପଲକ୍ଷେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଗହଣ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅଦ୍ୟତନ ହୋଇଛି
PM Modi Extends Greetings Said May He Lead Along Healthy Life

PM Modi Extends Greetings Said May He Lead Along Healthy Life

Advertisment

ନୂଆଦିଲ୍ଲୀ: ୭୬ ବର୍ଷରେ ପାଦ ଦେଲେ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଜନ୍ମଦିନ ଉପଲକ୍ଷେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଗହଣ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱୁଇଟ୍‌ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି, ‘‘ ରାଷ୍ଟ୍ରପତି ତାଙ୍କର ନମ୍ର ବ୍ୟକ୍ତିତ୍ୱ ହେତୁ ସେ ନିଜକୁ ସମଗ୍ର ଦେଶ ପାଇଁ ପ୍ରିୟର ପାତ୍ର ପାଲଟିଛନ୍ତି । ସମାଜର ଗରିବ ବର୍ଗର ଲୋକଙ୍କ ସଶକ୍ତିକରଣ ଉପରେ ତାଙ୍କର ଗୁରୁତ୍ୱ ଅତି ଆଦର୍ଶନୀୟ ଅଟେ ’’। ଏହାସହ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନର କାମନା କରିଛନ୍ତି ।

Advertisment
PM Modi Extends Greetings Said May He Lead Along Healthy Life

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାଷ୍ଟ୍ରପତିଙ୍କୁ ଟ୍ୱୁଇଟ୍‌ କରି ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଗୃହମନ୍ତ୍ରୀ ନିଜ ଟ୍ୱୁଇଟ୍‌ରେ ଲେଖିଛନ୍ତି, ‘‘ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଦେଶର ପ୍ରତ୍ୟେକ ବର୍ଗର କଲ୍ୟାଣ ଏବଂ ସମାଜରେ ସମାନତା ଏବଂ ସମନ୍ୱୟ ପ୍ରତି ତୁମର ପ୍ରତିବଦ୍ଧତା ପ୍ରେରଣାଦାୟକ ରହିଛି । ଆପଣଙ୍କ ଜ୍ଞାନ ଏବଂ ଅଭିଜ୍ଞତା ଦ୍ୱାରା ଲଗାତାର ଭାବରେ ଦେଶ ଉପକୃତ ହୋଇଛି । ତୁମର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ’’ ।

Amith sah Extends Greetings Said May He Lead Along Healthy Life
Advertisment

୧୯୪୫ ମସିହାରେ ଉତ୍ତରପ୍ରଦେଶର କାନପୁର ଦେହାତର ଏକ ଛୋଟ ଗାଁ ପାରାଖରେ ଥିବା ଦଲିତଙ୍କ କୋଲି ସମ୍ପ୍ରଦାୟର ଏକ ପରିବାରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜନ୍ମଗ୍ରହଣ କରିଥିଲେ । ସେ ରାଷ୍ଟ୍ରପତି ହେବା ପୂର୍ବରୁ ରାଷ୍ଟ୍ରପତି ବିହାରର ରାଜ୍ୟପାଳ ମଧ୍ୟ ଥିଲେ । ସବୁଠୁ ବିଶେଷ କଥା ହେଉଛି ଉତ୍ତରପ୍ରଦେଶରୁ ଆସିଥିବା ରାମ ନାଥ କୋବିନ୍ଦ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ।

ବିଜେପି ଦଲିତ ମୋର୍ଚ୍ଚା ଏବଂ ଅଖିଳ ଭାରତୀୟ କୋଲି ସମାଜର ସଭାପତି ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜେପିର ଜାତୀୟ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହାସହ ଅଟଳ ବିହାରୀ ବାଜପେୟୀ ଏବଂ ଏଲ.କେ ଆଡଭାନୀ ଯୁଗବେଳେ ରାମ ନାଥ କୋବିନ୍ଦଙ୍କୁ ଉତ୍ତରପ୍ରଦେଶରେ ବିଜେପିର ସବୁଠାରୁ ବଡ ଦଳିତ ଚେହେରା ଭାବେ ବିବେଚନା କରାଯାଉଥିଲା ।

Advertisment
Amit Shah Ramnath Kovind Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ