Advertisment

ମ୍ୟାଡମ୍ ଦ୍ରୌପଦୀ ମୁର୍ମୁଙ୍କ ଅତ୍ୟାଧୁନିକ ମର୍ସିଡିଜ୍ ବେଞ୍ଜ S400 କାର୍‌

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍ଟେଡ୍ କାର୍। ଏହି କାର୍ ବୁଲେଟ୍ ଓ ବମ୍ ପ୍ରୁଫ୍।

ଅଦ୍ୟତନ ହୋଇଛି
President Draupadi Murmu Gets Official Car - Mercedes-Benz S 400

President Draupadi Murmu Gets Official Car - Mercedes-Benz S 400

Advertisment

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍ଟେଡ୍ କାର୍। ଏହା କଳା ରଙ୍ଗର ମର୍ସିଡିଜ୍ ବେଞ୍ଜ S400 କାର୍‌। ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଖରେ ଥିବା ଅତ୍ୟାଧୁନିକ କାର୍ ଭଳି ଏଥିରେ ରହିଛି ଅନେକ ଅତ୍ୟାଧୁନିକ ଫିଚର୍। ଯାହା ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ସମସ୍ତ ପ୍ରତିକୂଳ ପରିବେଶରେ ସୁରକ୍ଷିତ ରଖିଥାଏ।

Advertisment

ଜାଣନ୍ତୁ, ଏହି ଅତ୍ୟାଧୁନିକ କାର୍‌ରେ କ’ଣ ରହିଛି ବିଶେଷତ୍ୱ...

  • ମର୍ସିଡିଜ୍ ବେଞ୍ଜ S400-କଷ୍ଟମାଇଜ୍ କାର୍, ଯାହାର ମୂଲ୍ୟ ୧୦ କୋଟି ଟଙ୍କା
  • ଏହାକୁ ନିର୍ମାଣ କରିବାକୁ ପ୍ରାୟ ୧ ବର୍ଷ ଲାଗିଛି
  • ଏହି କାର୍ ବୁଲେଟ୍ ଓ ବମ୍ ପ୍ରୁଫ୍
  • ଖାଲି ଏତିକି ନୁହେଁ ଏହି କାର୍‌ ବାଲେଷ୍ଟିକ୍ ପ୍ରୋଟେକସନ୍ ମଧ୍ୟ। ଗୁଳି, ବୋମା, ଗ୍ୟାସ୍ ଆଟାକ୍ ହେଲେ କୌଣସି ବିି ଫରକ ପକାଇବ ନାହିଁ।
  • କାର୍‌ରେ ରହିଛି ଅଟୋମେଟିକ୍ Hand Gun
  • ଏଥରେ ଅଟୋମେଟିକ୍ ଲିକ୍ କଣ୍ଟ୍ରୋଲ ସିଷ୍ଟମ୍ ବି ରହିଛି
  • କାର୍‌ରେ ରହିଛି ଏୟାର ପ୍ୟୁରିଫାଏର ସିଷ୍ଟମ୍‌।  ପ୍ରଦୂଷିତ ବାୟୁକୁ ସଫା କରି କାର୍ ଭିତରକୁ ସୁଦ୍ଧ ବାୟୁ ପହଞ୍ଚାଇଥାଏ।

ଯଦି, କୌଣସି ପରିସ୍ଥିତିରେ କାର୍‌ର ଚକ ଲିକ୍ ହୋଇଯାଏ, ତେବେ ବିନା ବାଧାବିଘ୍ନରେ କାର୍ ଚାଲି ପାରିବ। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। 

Advertisment
President Of India Draupadi Murmu Draupadi Murmu New President Of India President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ