Advertisment

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ, କ’ଣ କ’ଣ ରହିଛି କାର୍ଯ୍ୟକ୍ରମ..

୧୦ଟି ଜନଜାତି ସମୁଦାୟକୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ତମାଣ୍ଡୋରେ ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ।

ଅଦ୍ୟତନ ହୋଇଛି
Droupadi Murmu Odisha Visit

President Of India,

Advertisment

ଓଡ଼ିଶାର ଆଦିବାସୀଙ୍କ ସମସ୍ୟା ଶୁଣିବେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନରେ ୧୦ଟି PVTG ବା ନିର୍ଦ୍ଦିଷ୍ଟ ରୂପେ ସଂକଟପ୍ରବଣ ଜନଜାତି ସମୁଦାୟକୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି PVTG ବସବାସ କରୁଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ।

Advertisment

ପୂର୍ବରୁ ବାକି ୩ଟି ସମୁଦାୟ ସହ ସେ ଆଲୋଚନା କରିସାରିଥିବା ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ। ଦଶବାଟିଆ ସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟ ହାଉସ କଂପ୍ଲେକ୍ସରେ ଶିଳାନ୍ୟାସ ଓ ଆମ୍ବ ଚାରା ରୋପଣ କାର୍ଯ୍ୟକ୍ରମ ରହିଛି । ଏହାପରେ ତମାଣ୍ଡୋ ବାଲିଆପଡ଼ାରେ ଦି ଇୟର ଅଫ୍ ପଜିଟିଭ୍ ଚେଞ୍ଜ ଥିମ୍ ଲଞ୍ଚ କରିବା ସହିତ ବ୍ରହ୍ମାକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି । ସେଠାରେ ମଧ୍ୟାହ୍ନ ଭୋଜନ ଓ ଫଟୋ ସେସନ୍ ପରେ ରାଜଭବନ ଫେରିଆସିବେ ଏବଂ ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ ।...

ସୂଚନାଯୋଗ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସରକାରଙ୍କ ଦାୟିତ୍ୱହୀନତା ଜଳ ଜଳ ହୋଇ ଦେଖା ଦେଇଥିଲା । ହଜାରେ ବର୍ଷର ସହର କଟକରେ ଜରିପାଲ ତଳେ ଅଭିଭାଷଣ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମର ଛାତ ଉପର ପଡ଼ିଥିଲା ନୀଳ ରଙ୍ଗର ଜରିପାଲ । ଚାରିଆଡ଼େ ଘେରାଇ ଦିଆଯାଇଥିଲା ଅସ୍ଥାୟୀ ଭାବେ।

Advertisment

କାଳେ ବର୍ଷା ହେଲେ ପାଣି ଗଳିବ, ସେଥିପାଇଁ କାମ ଚଳାଇ ଦିଆଯାଇଥିଲା । ଆଉ ସେହି ଜରିପାଲ ଢଙ୍କା ଷ୍ଟାଡିୟମର ଛାତ ତଳେ ଅଭିଭାଷଣ ରଖିଲେ ଦେଶର ସର୍ବୋଚ୍ଚ ନାଗରିକ। କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ ।

President Of India Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ