Advertisment

ବାୟୁସେନା ପୋଷାକରେ ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ସୁଖୋଇ ୩୦ର କୋ ପାଇଲଟ୍ ସିଟରେ ମହାମହିମ ଉଡ଼ାଣ ଭରିଛନ୍ତି ।

ଅଦ୍ୟତନ ହୋଇଛି
Droupadi Murmu

Droupadi Murmu

Advertisment

ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ସୁଖୋଇ ୩୦ର କୋ ପାଇଲଟ୍ ସିଟରେ ସେ ଉଡ଼ାଣ ଭରିଛନ୍ତି । କିଛି ସମୟ ପାଇଁ ଆକାଶ ମାର୍ଗରେ ବୁଲିବେ ମହାମହିମ ।

Advertisment

ରାଷ୍ଟ୍ରପତିଙ୍କୁ ତେଜପୁର ଏୟାରଫୋର୍ସ ଷ୍ଟେସନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ବ୍ରହ୍ମୋସ୍ ପରି ସୁପର ସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।

Advertisment

ତିନି ସେନାର ସୁପ୍ରିମ୍ କମାଣ୍ଡର ଥିବା ରାଷ୍ଟ୍ରପତିଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ । ଏହା ଆଗରୁ ରାଷ୍ଟ୍ରପତି ଥିବା ବେଳେ ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ଓ ଏପିଜେ ଅବଦୁଲ କଲାମ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ିଥିଲେ।

IAF President Of India Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ