Padma Award
ବର୍ଷିଆନ୍ ଅଭିନେତ୍ରୀ ବୈଜୟନ୍ତୀମାଳା ଓ ତେଲୁଗୁ ଅଭିନେତା ଚିରଞ୍ଜୀବିଙ୍କୁ ପଦ୍ମବିଭୂଷଣ । ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଳା କ୍ଷେତ୍ରରେ ବୈଜୟନ୍ତୀମାଳା ବାଲି ଏବଂ କୋନିଡେଲା ଚିରଞ୍ଜୀବିଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ । ମିଡିଆ ଭେଟେରାନ୍ ହର୍ମୁସଜୀ ଏନ୍. କାମା ଏବଂ ମରଣୋତ୍ତର ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କୁ ପ୍ରଦାନ କରାଯାଇଛି ପଦ୍ମ ଭୂଷଣ ପୁରସ୍କାର ।
ଏଥିସହ ଭାସ୍କର୍ଯ୍ୟଶିଳ୍ପୀ ଏ.ଭେଲୁ ଆନନ୍ଦାଚାରୀ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଗାୟିକା ସୋମଦତ୍ତ ବଟ୍ଟୁ, କୃଷିରେ ସତ୍ୟନାରାୟଣ ବେଲେରି, କ୍ରୀଡ଼ା କ୍ଷେତ୍ରରେ ସ୍କ୍ୱାସ୍ ଖେଳାଳି ଜ୍ୟୋତ୍ସ୍ନା ଚିନ୍ନାପା, ଆଣ୍ଡାମାନ ନିକୋବରର ଜଣେ ଚାଷୀ କେ. ଚେଲ୍ଲାମ୍ମଲ, ଶିକ୍ଷା କ୍ଷେତ୍ରରେ ଶ୍ରୀଧର ମାକମ ଏବଂ କଳା କ୍ଷେତ୍ରରେ ସିକ୍କିମର ବାଉଁଶ କାରିଗର ଜୋର୍ଡାନ ଲେପ୍ଚାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।
ଏହାପୂର୍ବରୁ ଚିରଞ୍ଜୀବି ନିଜର କୃତଜ୍ଞତା ଜଣାଇ ଏକ ଭିଡିଓ ସେୟାର ମଧ୍ୟ କରିଛନ୍ତି । ସେଥିରେ ସେ କହିଛନ୍ତି, "ଏ ଖବର ମୋତେ ନିରବ କରିଦେଲା । ଏହି ସମ୍ମାନ ପାଇ ମୁଁ କୃତଜ୍ଞ । ମୋର ଚଳଚ୍ଚିତ୍ର କ୍ୟାରିୟରରେ ମୁଁ ସର୍ବଦା ଚେଷ୍ଟା କରି ଆସିଛି ଯେ, ପରଦାରେ କିପରି ମୋର ସର୍ବଶ୍ରେଷ୍ଠ ଦେବି ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715270388.jpg)