୨୦୪୭ ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବୁ : ରାଷ୍ଟ୍ରପତି

ଦେଶବାସୀଙ୍କୁ ରାଷ୍ଟ୍ରପତି ସମ୍ବୋଧନ କରିଛନ୍ତି ।

Droupadi Murmu

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇ ୨୦୪୭ ସୁଦ୍ଧା ସେମାନଙ୍କ ସ୍ୱପ୍ନ ପୂରଣ କରାଯିବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଭାରତରେ ଗଣତନ୍ତ୍ର ଲଗାତର ମଜଭୁତ ହେବାରେ ଲାଗିଛି । ଆମେ ଦାରିଦ୍ର୍ୟ ଓ ଅଶିକ୍ଷା ବିରୋଧରେ ଲଢ଼େଇ ଲଢିଛୁ ।

ଆାଜି ସାରା ବିଶ୍ୱ ଭାରତର ଉଦୟ ଦେଖୁଛି । ଆତ୍ମନିର୍ଭର ଭାରତ ଗଠନ ପାଇଁ ଉଦ୍ୟମ ଜାରି ରହିଛି । ଭାରତର ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ବଢୁଛି । ସେହିପରି କରୋନା ବିରୋଧରେ ଭାରତ ମଜଭୁତ ଲଢ଼େଇ ଲଢ଼ିଛି ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ସବୁ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରୀ ବଢ଼ିଛି । ସମାଜରୁ ଲିଙ୍ଗଗତ ଅସମାନତା ଦୂର ହୋଇଛି । ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ମହିଳାମାନେ ଆଗକୁ ବଢୁଛନ୍ତି । ଫାଇଟର ପାଇଲଟଠୁ ମହାକାଶ ବିଜ୍ଞାନୀ ଯାଏଁ ସବୁଠି ମହିଳା ସଫଳ ହୋଇଛନ୍ତି । ଏପରିକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଝିଅମାନେ ଦେଶର ମାନ ବଢ଼ାଇଛନ୍ତି ।