Advertisment

ରାଷ୍ଟ୍ରପତିଙ୍କ ଅଭିଭାଷଣ, ୭୦ ବର୍ଷରୁ ଅଧିକ ପ୍ରତି ଭାରତୀୟଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ଲାଭ

ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି । ଫଳରେ ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ବି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି।

ଅଦ୍ୟତନ ହୋଇଛି
President Droupadi Murmu Addresses Lakhpati Didi Sammelan

Lakhpati Didi

Advertisment

ଅର୍ଥନୀତିରେ ଭାରତ ବିଶ୍ୱର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ଏବେ ତୃତୀୟ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ ବେଳେ ଏଭଳି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଜନସେବାର ସୌଭାଗ୍ୟ କମ୍ ଲୋକଙ୍କୁ ମିଳିଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି ।

Advertisment

ସେହିପରି ସେ ଆହୁରି କହିଛନ୍ତି ଯେ, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହୁଥିଲା । ବର୍ତ୍ତମାନ ଦେଶରେ ପୁଣିଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି । ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କଲେ । ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ । ୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର । ରାଜ୍ୟର ବିକାଶରେ ଦେଶର ବିକାଶ ଏହି ବିଶ୍ୱାସରେ ଆଗକୁ ବଢ଼ିବା ।

ପଢନ୍ତୁ ଏହି ଖବର: 'ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ’

Advertisment

ସେହିପରି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ସେ ଆହୁରି କହିଛନ୍ତି, ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି । ଫଳରେ ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ବି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି। ଏପ୍ରିଲରେ ଜିଏସ୍‌ଟିରୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ।

ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଅନେକ ପଦକ୍ଷେପ ନିଆଯାଇଛି । ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ୨ଟି ଡିଫେନ୍ସ କରିଡର ହେଉଛି । ସେନାର ଆଧୁନିକତା ଉପରେ ଜୋର୍ ଦିଆଯିବା ସହ ୭୦ ପ୍ରତିଶତ ପ୍ରତିରକ୍ଷା ଉପକରଣ ଦେଶର ବିଭିନ୍ନ କଂପାନୀରୁ କିଣିଛୁ । ୱାନ୍ ରାଙ୍କ, ୱାନ୍ ପେନସନ ଲାଗୁ କଲୁ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Advertisment

ସେହିପରି ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟା ସମାଧାନ କରୁଛି । ସୁସ୍ଥ ବିଶ୍ୱ ନିର୍ମାଣରେ ଭାରତ ସହଯୋଗ କରୁଥିବା ବେଳେ ଯୋଗ ଆଜି ସମଗ୍ର ବିଶ୍ୱରେ ପହଞ୍ଚିଛି । ୧୦ ବର୍ଷ ମଧ୍ୟରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି । ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ନର୍ଥଇଷ୍ଟର ବିକାଶ ୪ ଗୁଣା ବଢ଼ିଛି, ଖାଲି ସେତିକି ନୁହେଁ ସ୍ଥାୟୀ ଶାନ୍ତି ପାଇଁ ମୋ ସରକାର ଉଦ୍ୟମ କରୁଛି । ଏଥିସହ ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚାଲିଛି । ବିଜୁଳି ବିଲ୍ ଜିରୋ କରିବାକୁ ବି ଯୋଜନା ଆସିଛି ବୋଲି କହିଛନ୍ତି ରାଷ୍ଟ୍ରପତି।

ଏହାରି ମଧ୍ୟରେ ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି । ମହିଳାଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ କରାଯାଉଛି । ଏପଟେ ୧୯୭୫ରେ ଜରୁରୀ ସ୍ଥିତି ଲାଗୁ ଅସାମ୍ବିଧାନିକ ଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି । ସେତେବଲେ ସମ୍ବିଧାନ ପ୍ରତି ବିପଦ ଆସିଥିଲା । ଯାହା ଇତିହାସର କଳା ଅଧ୍ୟାୟ ଥିଲା । ଜରୁରୀ ସ୍ଥିତି ଲାଗୁ କରାଯାଇ ସାରା ଦେଶରେ ଭୟ ସୃଷ୍ଟି କରାଯାଇଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Parliament President Of India Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ