Advertisment

‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’

‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି। ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି’ ବୋଲି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍‌ ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।

President Draupadi Murmu Quotes Famous Odia Poet Bhima Bhoi In Her Speech

President Draupadi Murmu Quotes Famous Odia Poet Bhima Bhoi In Her Speech

Advertisment

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

Advertisment

ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଏହାସହ ଆଜିଠୁ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍‌ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ...

  • ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି
  • ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୋତେ ଦାୟିତ୍ୱ ମିଳିଛି,ଏହା ଏକ ଐତିହାସିକ ମୁହୂର୍ତ୍ତ।
  • ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି
  • ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ ହୋଇଛି। ଓ୍ୱାର୍ଡ କାଉନସିଲରରୁ ଆସି ମୁଁ ଶୀର୍ଷ ଆସନ ରାଷ୍ଟ୍ରପତି ପଦରେ ବସି ପାରିଛି।
  • ଏହା ଆମ ଲୋକତନ୍ତ୍ରର ଶକ୍ତି, ଫଳରେ ଜଣେ ଆଦିବାସୀ ଶୀର୍ଷକୁ ଯାଇ ପାରିଛି।
  • ଜୁଲାଇ ୨୬ କାରଗିଲ ବିଜୟ ଦିବସ ଅବସରରେ ଯବାନଙ୍କୁ ଆଗୁଆ ବଧାଇ ଜଣାଉଛି। କରୋନା ମହାମାରୀରେ ସାରା ବିଶ୍ୱକୁ ସାମର୍ଥ୍ୟ ଦେଖାଇଛି ଭାରତ। ନିକଟରେ ୨୦୦ କୋଟି ଡୋଜ୍ କରୋନା ଟିକା ଭାରତ ଦେଇଛି।
  • ‘ଭୋକାଲ୍ ଫର୍ ଲୋକାଲ୍’ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଉଛି
  • ରେକର୍ଡ ସଂଖ୍ୟକ ଷ୍ଟାର୍ଟ ଅପ୍ ସୃଷ୍ଟି କରିବାରେ ଯୁବକଙ୍କ ଭୂମିକା ପ୍ରଶଂସନୀୟ
  • ଜନଜାତିର ସଂସ୍କୃତି ହଜାରେ ବର୍ଷ ତଳର, ତାହା ସହ ଯୋଡ଼ି ହୋଇ ରହିଛୁ
  • ଅଭିଭାଷଣରେ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତ୍ତି କଲେ ମ୍ୟାଡମ୍‌ ଦ୍ରୌପଦୀ ମୁର୍ମୁ
  • ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ
  • ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ଆହ୍ୱାନ
  • ଆସନ୍ତୁ ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରିବା
Advertisment

President Of India Draupadi Murmu Draupadi Murmu New President Of India President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ