କୃଷକଙ୍କୁ ଆଶ୍ୱସ୍ତି, ମହିଳାଙ୍କୁ ଶକ୍ତି ! ସରକାରଙ୍କ ସଫଳତା ବଖାଣିଲେ ରାଷ୍ଟ୍ରପତି

ଫେବୃଆରୀ ୧ରେ ସଂସଦରେ ବଜେଟ୍ ଉପସ୍ଥାପନ କରାଯିବ । ଏହାପୂର୍ବରୁ ଆଜି ଅର୍ଥାତ୍ ୩୧ ଜାନୁଆରୀରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସୋମବାର ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି ।

President Ramnath Kovind

ଆରମ୍ଭ ହୋଇଯାଇଛି ସଂସଦର ବଜେଟ୍ ଅଧିବେଶନ । ଏହା ହେଉଛି ବର୍ଷର ପ୍ରଥମ ଅଧିବେଶନ । ଫେବୃଆରୀ ୧ରେ ସଂସଦରେ ବଜେଟ୍ ଉପସ୍ଥାପନ କରାଯିବ । ଏହାପୂର୍ବରୁ ଆଜି ଅର୍ଥାତ୍ ୩୧ ଜାନୁଆରୀରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ।  ତେଣୁ ପରମ୍ପରା ଅନୁଯାୟୀ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ ।

କୃଷକଙ୍କ ଉପରେ କ’ଣ କହିଲେ କୋବିନ୍ଦ

ପିଏମ୍ କିଷାନ ଯୋଜନାରେ ୧ ଲକ୍ଷ ୮୦ ହଜାର କୋଟି ଦିଆଗଲାଣି । ଚାଷୀଙ୍କ ଠାରୁ ରେକର୍ଡ ସ୍ତରରେ ଖାଦ୍ୟଶଷ୍ୟ କ୍ରୟ କରାଯାଇଛି । କୃଷକଙ୍କ ଆୟର ନୂତନ ଉତ୍ସ ପ୍ରସ୍ତୁତ ହେଉଛି । କୃଷି ସହ ଜଡିତ ରପ୍ତାନୀରେ ରେକର୍ଡ ବୃଦ୍ଧି ଘଟିଛି । ଚାଷୀଙ୍କ ଉତ୍ପାଦକୁ ଉଚିତ ବଜାର ପାଇଁ କିଷାନ୍ ରେଲ୍ ଆରମ୍ଭ ହୋଇଛି । କିଷାନ ରେଳରୁ କୃଷକଙ୍କ ଉପକୃତ ହୋଇଛନ୍ତି । କରୋନା ଅବଧି ମଧ୍ୟରେ ୧୯୦୦ରୁ ଅଧିକ କିସାନ୍ ରେଳ ଚଳାଚଳ କରିଥିଲା ​​। ନୂତନ ଚିନ୍ତାଧାରା ଦ୍ୱାରା ପୁରୁଣା ଉତ୍ସଗୁଡ଼ିକ ମଧ୍ୟ ଉପଯୋଗୀ ହୋଇପାରେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

୨ କୋଟିରୁ ଅଧିକ ଲୋକଙ୍କୁ ମିଳିଛି ପକ୍କା ଘର

ଗରିବଙ୍କ ସମ୍ମାନ ବୃଦ୍ଧି ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ୧ କୋଟିରୁ ଅଧିକ ଗରିବ ଲୋକଙ୍କୁ ପକ୍କା ଘର ମିଳିଛି । ଆବାସ ଯୋଜନା ଅଧୀନରେ ୧ କୋଟିରୁ ଅଧିକ ଘରକୁ ଅନୁମୋଦନ କରାଯାଇଥିଲା । ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା, ଯାହାଦ୍ୱାରା ମହିଳାମାନେ ଉପକୃତ ହୋଇଛନ୍ତି । ପ୍ରାୟ ୬ କୋଟି ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସ୍ୱାମୀତ୍ୱ ଯୋଜନାରେ ଲୋକଙ୍କୁ ସହରଜେ ଘରର କାଗଜପତ୍ର ମିଳିଲା, ଯାହା ବିବାଦକୁ ହ୍ରାସ କରିଛି ।

ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୪ ହଜାର କୋଟି

ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୪ ହଜାର କୋଟିରେ ଆୟୁଷ୍ମାନ ଭାରତ ଯୋଜନା ଚାଲୁ ରହିଛି । କରୋନା କାଳରେ ଭାରତୀୟ ଫାର୍ମା କଂପାନୀ ଉଲ୍ଲେଖନୀୟ ଭାବ ସଫଳ ହୋଇଛନ୍ତି । ୧୮୦ ଦେଶକୁ ଭାରତୀୟ ଫାର୍ମା କଂପାନୀମାନେ ଔଷଧ ଯୋଗାଉଛନ୍ତି ।

୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନା

କରୋନା ସଂକଟ କାଳରେ ଆମର ମୂଳ ଲକ୍ଷ୍ୟ ଥିଲା କେହି ଭୋକିଲା ନରୁହନ୍ତୁ । ଆଉ ଏଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ଝିଅଙ୍କ ବିବାହ ବୟସ ୨୧ କରାଯାଉଛି

ମହିଳା ସଶକ୍ତୀକରଣ ପାଇଁ ଝିଅଙ୍କ ବିବାହ ବୟସ ୨୧ କରାଯାଉଛି । ଏଥିପାଇଁ ସଂସଦରେ ବିଧେୟକ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି । ସମସ୍ତ ୩୩ ସୈନିକ ସ୍କୁଲରେ ବାଳିକାଙ୍କୁ ପ୍ରବେଶ ଆରମ୍ଭ କରାଯାଇଛି । ଆତ୍ମନିର୍ଭର ଭାରତକୁ ଅଧିକ କ୍ରୀୟାଶୀଳ କରିବାକୁ ଶିକ୍ଷାନୀତି ଅଣାଯାଇଛି । ଇଂଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ପଢ଼ା ଆରମ୍ଭ ହୋଇଛି ।

ଭାରତରେ ଇଣ୍ଟରନେଟ୍ ଶୁଳ୍କ ସବୁଠାରୁ ଶସ୍ତା

ସାରା ବିଶ୍ୱରେ ଭାରତରେ ଇଣ୍ଟରନେଟ୍ ଶୁଳ୍କ ସବୁଠାରୁ ଶସ୍ତା ରହିଛି । ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି । ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି । ଆଗକୁ ହାଇେୱେ, ରେଲେୱେ, ଏୟାରେୱେଜ୍ ଏକାଠି କାମ କରିବେ । ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିମିକୁ ବୃଦ୍ଧି ପାଇଛି ।

ସର୍ବାଧିକ ଭ୍ୟାକସିନ ଦେଇ ବିଶ୍ୱରେ ଭାରତର ଚର୍ଚ୍ଚା

ମୋ ସରକାର ଆଗାମୀ ୨୫ ବର୍ଷକୁ ଆଖିରେ ରଖି କାମ କରୁଛି । କରୋନାର କଠିନ ପରିସ୍ଥିତି ଲକ୍ଷ୍ୟକୁ ଶୀଘ୍ର ହାସଲ ପାଇଁ ପ୍ରେରଣା ଦେଉଛି । ସରକାର ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ଦେଶର ତାକତକୁ ସୂଚାଉଛି । କୋଭିଡ଼ ଭ୍ୟାକସିନ ଦେଶର ସାମର୍ଥକୁ ପ୍ରତିଫଳିତ କରୁଛି । ସର୍ବାଧିକ ଭ୍ୟାକସିନ ଦେଇ ଦେଶ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି ।

ଖଦି ବିକ୍ରି ତିନି ଗୁଣ ବୃଦ୍ଧି ପାଇଛି
କରୋନା କାଳରେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଶିଳ୍ପ ପାଇଁ ୩ ଲକ୍ଷ କୋଟିର ଏକ ବନ୍ଧକମୁକ୍ତ ଋଣ  ବ୍ୟବସ୍ଥା କରାଯାଇଥିଲା । ଏହା ପରେ ଏହି ଗ୍ୟାରେଣ୍ଟି ୪ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି ।  ଛୋଟ ଶିଳ୍ପଗୁଡ଼ିକୁ ଆଗକୁ ବଢ଼ିବାରରେ ଏହା ସାହାଯ୍ୟ କରୁଛି। ସମସ୍ତେ ଖଦିର ସଫଳତା ଦେଖୁଛନ୍ତି । ଦେଶରେ ଖଦିର ବିକ୍ରି ତିନି ଗୁଣ ବୃଦ୍ଧି ପାଇଛି ।