ଖାକି ବର୍ଦ୍ଦିରେ ପ୍ରି ୱେଡିଂ ଭିଡିଓ ସୁଟ୍‌; ଭାଇରାଲ ହେଉଛନ୍ତି ପୋଲିସ ଦମ୍ପତି

ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ଜଣେ ପୋଲିସ ଅଧିକାରୀ ନିନ୍ଦା କରିଛନ୍ତି ।

ଖାକି ବର୍ଦ୍ଦିରେ ପ୍ରି ୱେଡିଂ ଭିଡିଓ

ଭାଇରାଲ ହେଉଛି ପୋଲିସ ଦମ୍ପତିଙ୍କ ୱେଡିଂ ଭିଡିଓ । ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପୋଲିସ ଦମ୍ପତିଙ୍କ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୁଇଜଣ ପୋଲିସ ଅଧିକାରୀ ପୋଲିସ ଗାଡ଼ିରୁ ଓହ୍ଲାଇ ପୋଲିସ ଷ୍ଟେସନକୁ ଏଣ୍ଟ୍ରି ମାରୁଛନ୍ତି । ଶରୀରରେ ରହିଛି ପୋଲିସ ବର୍ଦ୍ଦି । ଫିଲ୍ମ ଷ୍ଟାଇଲ୍‌ରେ ଉଭୟ ଗାଡ଼ିରୁ ଓହ୍ଲାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ମ୍ୟୁଜିକ୍‌ ସାଙ୍ଗକୁ ଉଭୟଙ୍କ ଏଣ୍ଟ୍ରି ଖୁବ୍‌ ଆକର୍ଷଣୀୟ ମଧ୍ୟ ରହିଛି ।

ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ଜଣେ ପୋଲିସ ଅଧିକାରୀ ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି, ଏହା କ୍ଷମତାର ଅପବ୍ୟବହାର କରାଯାଇଛି ।

ଆଇପିଏସ୍ ଅଧିକାରୀ ସିଭି ଆନନ୍ଦ ଏହି ଭିଡିଓକୁ ସୁଟ୍ କରିଥିବା ଦମ୍ପତିଙ୍କ ପାଇଁ ଏକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଦମ୍ପତିଙ୍କ ଉତ୍ସାହ ଏବଂ ସେମାନଙ୍କ ୟୁନିଫର୍ମ ପ୍ରତି ଭଲପାଇବା ପ୍ରଶଂସନୀୟ । ହେଲେ ଭିଡିଓଟି ବିବାହ ପାଇଁ ପ୍ରସ୍ତୁତ ହେବା ଲଜ୍ଜାଜନକ ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଜାର ହଜାର ଲୋକ ଭିଡିଓଟିକୁ ଦେଖିସାରିଛନ୍ତି । କିଛି ୟୁଜର୍ସ ଏହି ଦମ୍ପତି କ୍ଷମତାର ଅପବ୍ୟବହାର କରାଯାଇଥିବା କହିଛନ୍ତି । ହାଇଦ୍ରାବାଦର ଚାର୍ମିନାର ଭଳି ଆଇକନିକ୍ ସ୍ଥାନଗୁଡିକରେ ଏହି ଭିଡିଓ କରାଯାଇଥିବା ଜଣାପଡ଼ିଛି ।