Advertisment

କଂଗ୍ରେସରେ ମିଶିବେ ପ୍ରଶାନ୍ତ କିଶୋର !

ସୋମବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଉଦବେଗ ପ୍ରକାଶ ପାଇଥିଲା।

prashant-kishore

prashant-kishore

Advertisment

ନୂଆଦିଲ୍ଲୀ: ରାଜନୀତିର ପଶାପାଲିଲେ ବେଶ୍‌ ରୋଚକ ଢଙ୍ଗରେ ଗୋଟି ଚାଳନା କରନ୍ତି ରାଜନୀତିର ଚାଣକ୍ୟ ପ୍ରଶାନ୍ତ କୁମାର। ସେ ଯେଉଁ ଦଳକୁ ଯାଆନ୍ତୁ ସେ ଦଳ ଜିତିବା ଏକ ପ୍ରକାର ଥୟ ବୋଲି ଚର୍ଚ୍ଚା ହୁଏ। ତେବେ ଏହାରି ମଧ୍ୟରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହେଉଛି। କୁହାଯାଉଛି ଦଳରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓ ପଦବୀ ମଧ୍ୟ ମିଳିବ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳୀୟ ନେତା। କାରଣ ଏତେ ଦିନ ଧରି ଦଳରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା କାଠିକର ପାଠ ହୋଇ ପଡ଼ୁଛି କିନ୍ତୁ ପ୍ରଶାନ୍ତ ସାଙ୍ଗେ ସାଙ୍ଗେ ଆସି ପଦବୀ ହାତେଇବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନେତା।

Advertisment

ସୋମବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଉଦବେଗ ପ୍ରକାଶ ପାଇଥିଲା।

କପିଲଙ୍କ ଘରେ ବସିଥିବା ବୈଠକରେ ଜି -23 ନାମରେ ଜଣାଶୁଣା ୨୩ କଂଗ୍ରେସ ନେତା ଯୋଗ ଦେଇଥିଲେ। ଏହି ନେତାମାନେ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ମିଶିବାକୁ ଜୋରଦାର ବିରୋଧ କରୁଛନ୍ତି। ନେତାଙ୍କ କହିବା ଅନୁସାରେ, କଂଗ୍ରେସ କେମିତି ରାଜନୈତିକ ଗୋଟି ଚାଳନା କରି ବିଜୟ ହେବ ତାହା ପ୍ରଶାନ୍ତଙ୍କୁ ସଠିକ୍‌ ଭାବରେ ଜଣାନାହିଁ। ବର୍ତ୍ତମାନ ସ୍ଥିତିରେ ଦଳର ଯେଉଁ ଅବସ୍ଥା ରହିଛି ତାହାକୁ ନଜରରେ ରଖି ପ୍ରଶାନ୍ତଙ୍କୁ ଦଳରେ ସାମିଲ କରିବା ଠିକ୍‌ ହେବ ନାହିଁ ବୋଲି ଅନେକ ନେତା କହିଛନ୍ତି। କିନ୍ତୁ ବୈଠକରେ ପି.କେଙ୍କ ସମର୍ଥନରେ ମଧ୍ୟ ଅନେକ ନେତା ଥିବା ନେଇ ସୂଚନା ମିଳିଛି। ବୈଠକରେ ଜଣେ ନେତା କହିଛନ୍ତି, ଏବେ ପ୍ରଶାନ୍ତ ଯେଉଁ ସ୍ଥାନରେ ରହିଛନ୍ତି ତାଙ୍କୁ କଂଗ୍ରେସ ନେଲେ ଦଳର ଲାଭ ହେବ। କାରଣ ତାଙ୍କର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆମେ ସମସ୍ତେ ଜାଣନ୍ତି। ତେଣୁ ଦଳର ୱାର୍କିଂ କମିଟି ଏନେଇ ବିଚାର ବିମର୍ଶ କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

Advertisment

କୁହାଯାଉଛି ଯେ କଂଗ୍ରେସର ବରିଷ୍ଠ ନେତା ଏ.କେ ଆଣ୍ଟୋନି ଏବଂ ଅମ୍ବିକା ସୋନିଙ୍କୁ ପ୍ରଶାନ୍ତ କିଶୋରଙ୍କ ଉପରେ ଦଳର ନେତାଙ୍କ ମତକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି। କପିଲ ସିବଲଙ୍କ ବ୍ୟତୀତ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଶଶି ଥରୁର, ମନୀଷ ତେୱାରୀ, ଭୁପିନ୍ଦର ସିଂ ହୁଡାଙ୍କ ସହ ବହୁ ନେତା ବୈଠକରେ ଉପସ୍ଥିତ ଥିଲେ। ତେବେ ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବେ କି ନାହିଁ ସେ ନିଷ୍ପତ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନେବେ ବୋଲି କୁହାଯାଉଛି।

India Congress Prashant Kishore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ