Advertisment

ନୂଆ ପାର୍ଟି ଲଂଚ୍ କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ; ଆଗାମୀ ଉପ-ନିର୍ବାଚନରେ ଦେବେ ପ୍ରାର୍ଥୀ

ପାଟନାରେ ବିରାଟ ଜନସମାବେଶରେ ଲଞ୍ଚ କଲେ ପାର୍ଟି। ତା’ସହ ଜନସୁରଜ ପାର୍ଟି ନାଁରେ ବିଧିବଦ୍ଧ ଭାବେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି ପ୍ରଶାନ୍ତ।

Prashant Kishor Launches Party

Prashant Kishor Launches Party

Advertisment

ବିହାର ନିର୍ବାଚନ ପୂର୍ବରୁ ନୂଆ ପାର୍ଟି ଲଂଚ୍ କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ପାଟନାରେ ବିରାଟ ଜନସମାବେଶରେ ଲଞ୍ଚ କଲେ ପାର୍ଟି। ତା’ସହ ଜନସୁରଜ ପାର୍ଟି ନାଁରେ ବିଧିବଦ୍ଧ ଭାବେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି ପ୍ରଶାନ୍ତ। 

Advertisment

ଏହି ପାର୍ଟିରେ ମନୋଜ ଭାରତୀଙ୍କୁ ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ତା’ସହ ଜନସଭାକୁ ସମ୍ବୋଧନ କରି ପ୍ରଶାନ୍ତ କହିଛନ୍ତି, ୫ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରି ବିହାର ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହ ବିହାରକୁ ଜ୍ଞାନର ଭୂମି କରାଯିବ।

ମଦ ବ୍ୟାନ ହୋଇଥିବାରୁ ବାର୍ଷିକ ରାଜ୍ୟ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି। ସେହି ଅର୍ଥ ଆସିଥିଲେ ତାକୁ ଶିକ୍ଷା ସଂସ୍କାରରେ ବିନିଯୋଗ କରାଯାଇପାରିଥା’ନ୍ତା। ଯେତେବେଳେ ମଦ ଉପରୁ କଟକଣା ହଟିଯିବ, ସେଥିରୁ ଯେଉଁ ଅର୍ଥ ଆସିବ, ତାକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ଅବା ନେତାଙ୍କ ସୁରକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ ନାହିଁ। ଏହାକୁ କେବଳ ବିହାରରେ ଏକ ନୂଆ ଶିକ୍ଷା ବ୍ୟବସ୍ଥା ଗଠନରେ ବ୍ୟବହାର କରାଯିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

Advertisment

ନିର୍ବାଚନ କମିଶନଙ୍କ ଅନୁମତି ମିଳିଥିବାରୁ ‘ଜନ ସୁରାଜ ପାର୍ଟି’ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଛି। ତେବେ ତା’ ପୂର୍ବରୁ ଆସନ୍ତା ନଭେମ୍ବର ମାସରେ ବିହାରରେ ହେବାକୁ ଥିବା ଉପ-ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବ ଜନ ସୁରାଜ ପାର୍ଟି। 

ପ୍ରଶାନ୍ତ କିଶୋର କହିଛନ୍ତି ଯେ ତାଙ୍କ ଦଳ ନଭେମ୍ବରରେ ହେବାକୁ ଥିବା ଉପ-ନିର୍ବାଚନରେ ପ୍ରାର୍ଥୀ ଦେବ। ଯଦି ତାଙ୍କ ଦଳ ଉପ-ନିର୍ବାଚନରେ ବିଜୟୀ ହୁଏ, ତା’ହେଲେ ବିହାରରେ ଅନେକ ରାଜନୀତିକ ଦଳ ନଷ୍ଟ ହୋଇଯିବେ।

Advertisment
Bihar Prashant Kishor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ