ଶରୀରରେ ୨୬ ଆଘାତ, ବେକରେ ୧୦ ଗଭୀର କ୍ଷତ : ଆସିଲା କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟ

କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।

Udaipur Tailor Murder case

ଟେଲର କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ବଡ ଖୁଲାସା ହୋଇଛି । କହ୍ନେୟା ଲାଲଙ୍କ ଶରୀରରେ ୨୬ଟି ଥର ଆଘାତ କରାଯାଇଥିଲା । ବେକକୁ ମଧ୍ୟ ବିଭିନ୍ନ ସ୍ଥାନରେ କଟାଯାଇଥିବାର ଚିହ୍ନ ରହିଛି । ମଙ୍ଗଳବାର ଅପରାହ୍ନରେ ପୋଷାକ ମାପିବା ବାହାନା କରି ଦୋକାନକୁ ଆସିଥିବା ମହମ୍ମଦ ରିୟାଜ ଏବଂ ଗୋସ୍‌ ମହମ୍ମଦ ଟେଲର କହ୍ନେୟା ଲାଲଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।

ସୋମବାର ଦିନ ଧନମାଣ୍ଡି ଅଞ୍ଚଳରେ ମହମ୍ମଦ ରିଆଜ ଏବଂ ଗୋସ୍‌ ମହମ୍ମଦ ନାମକ ଜଣେ ବ୍ୟକ୍ତି ଜଣେ ଟେଲରକୁ ହତ୍ୟା କରିଛନ୍ତି । ଏହା ପରେ ଦୁହେଁ ଭିଡିଓ ସେୟାର କରି କହିଥିଲେ । ଇସଲାମର ଅପମାନର ପ୍ରତିଶୋଧ ନେବା ପାଇଁ ଏପରି କରିଥିବା କହିଥିଲେ । ତେବେ ଭିଡିଓରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ପୋଲିସ ଏହି ଦୁଇ ଅଭିଯୁକ୍ତକୁ ଗିରଫ କରିଛି ।

ତେବେ ହତ୍ୟାକାଣ୍ଡ ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଥିଲେ କହ୍ନେୟା ଲାଲ । ଏନେଇ ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ। ତତାପି ତାଙ୍କୁ କୌଣସି ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇ ନଥିଲା।

ସୂଚନାଯୋଗ୍ୟ ରାଜସ୍ଥାନ ଉଦୟପୁରର ଧାନମଣ୍ଡି ଭୂତମହଲ ନିକଟସ୍ଥ କହ୍ନେୟା ଲାଲଙ୍କର ଏକ ସିଲେଇ ଦୋକାନ ଥିଲା । ଗତକାଲି ଅପରାହ୍ନରେ ଦୁଇ ଜଣ ଅଭିଯୁକ୍ତ ତାଙ୍କ ଦୋକାନକୁ ଗରାଖ ବାହାନାରେ ଆସିଥିଲେ । ଦୋକାନକୁ ଆସି ଡ୍ରେସ ମାପ ନେବା ପାଇଁ କହିଥିଲେ । କହ୍ନେୟା ଲାଲ ମାପ ନେଉଥିବା ବେଳେ ହଠାତ୍ ତାଙ୍କ ମଧ୍ୟରୁ ଜଣେ କହ୍ନେୟାଲାଲଙ୍କୁ ଆକ୍ରମଣ କରିଥିଲେ । ହତ୍ୟା ପରେ ଏହି ଭିଡିଓକୁ ୨ ଜଣ ଦୁର୍ବୃତ୍ତ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ନିଲମ୍ବିତ ହୋଇଥିବା ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବାରୁ ଟେଲର୍‌ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଛି ।