Astrospeak
  • Live TV
  • Read In English

ଆଜି ଉପରାଷ୍ଟ୍ରପତି ନିର୍ବାଚନ: ମୁହାଁମୁହିଁ ୨ ଓକିଲ

ସଂସଦ ଭବନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଚାଲିବ। ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ।

Polling for the Vice Presidential Election 2022 to be held today
ଆଜି ଉପରାଷ୍ଟ୍ରପତି ନିର୍ବାଚନ

ଆଜି ଉପରାଷ୍ଟ୍ରପତି ନିର୍ବାଚନ। ସାଂସଦମାନେ ନିର୍ବାଚିତ କରିବେ ଦେଶର ଷୋଡ଼ଶ ଉପରାଷ୍ଟ୍ରପତି। ସଂସଦ ଭବନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟିଂ ଚାଲିବ। ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ। ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ।

ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲ୍‌ଭାଙ୍କୁ ୟୁପିଏ ପ୍ରାର୍ଥୀ କରିଛି। ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା ବେଳେ ପୂର୍ବରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଜଗଦୀପ ଧନକରଙ୍କ ପ୍ରତି ଅଧିକ ଦଳର ସମର୍ଥନ ଥିଲେ ବି ନିର୍ବାଚନ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ଆଶା କରାଯାଉଛି। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବାକୁ ଯାଉଛି।

ଜାଣନ୍ତୁ, NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ସମ୍ପର୍କରେ...

ଜାଣନ୍ତୁ, ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍ ଆଲ୍‌ଭାଙ୍କ ସମ୍ପର୍କରେ...