Advertisment

Jharkhand Assembly Election: ଭୋଟ୍‌ ଦେଉଛି ଝାଡ଼ଖଣ୍ଡ, ମଇଦାନରେ ହେଭିୱେଟ୍‌

ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ସିଟରେ ନିର୍ବାଚନ ହେଉଛି।

Jharkhand Election

Jharkhand Election

Advertisment

ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ସିଟରେ ନିର୍ବାଚନ ହେଉଛି। ପାଖାପାଖି ୧ କୋଟି ୩୭ ଲକ୍ଷ ଜନତା ନିଜର ନେତା ବାଛିବେ ।

Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ । ୭୩ ମହିଳା ପ୍ରାର୍ଥୀଙ୍କ ସମେତ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ହୋଇଛନ୍ତି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନର ବ୍ୟବସ୍ଥା ହୋଇଛି । ଝାଡ଼ଖଣ୍ଡ ପୋଲିସ୍ ସହ BSF ଓ CRPFଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି। ସବୁଠି JMM-କଂଗ୍ରେସ (Congress) ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି (BJP)।

Advertisment

ପ୍ରଥମ ପର୍ଯ୍ୟାୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଆସନ ଷଢ଼େଇକଳାରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପେଇ ସୋରେନ। ନିର୍ବାଚନ ପୂର୍ବରୁ ଚମ୍ପେଇ ଜେଏମଏମ ଛାଡ଼ି ପଦ୍ମ ଧରିଥିଲେ। କୁହାଯାଉଛି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ କରାଯିବାରୁ ସେ ଅସନ୍ତୁଷ୍ଟ ହୋଇ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ନିଜର ଏକ ବଡ଼ ସଂଗଠନ ରହିଛି ।

ସେହିପରି ରାଞ୍ଚିରୁ ନିର୍ବଚନ ଲଢୁଛନ୍ତି ଜେଏମଏମର ରାଜ୍ୟସଭା ସଦସ୍ୟ ମହୁଆ ମାନଜୀ । ଜାମସେଦପୁର ପଶ୍ଚିମ ଆସନରୁ ଲଢୁଛନ୍ତି କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବାନା ଗୁପ୍ତା । ତାଙ୍କ ବରୋଧରେ ପ୍ରାର୍ଥୀ ହୋଇଛନ୍ତି ଜେଡିୟୁର ସରଜୂ ରୟ । ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ୨୦୧୯ ନିର୍ବାଚନରେ ହରାଇଥିଲେ ସରଜୂ ରୟ । ସେହିଭଳି ଜାମସେଦପୁର ପୂର୍ବ ଆସନରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଅଜୟ କୁମାର । ବିଜେପି ପ୍ରାର୍ଥୀ ତଥା ରଘୁବରଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ସହିତ ତାଙ୍କର ସିଧାସଳଖ ଫାଇଟ୍‌ ଚାଲିଛି ।

Advertisment

ଅନ୍ୟ ଏକ ଚର୍ଚ୍ଚିତ ଆସନ ଜଗନ୍ନାଥପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ସ୍ତ୍ରୀ ଗୀତା କୋଡ଼ା ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସର ସୋନାରାମ ସିଙ୍କୁ ତାଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ସେହପରି ଚକ୍ରଧରପୁରରୁ ଜେଏମଏମରୁ ସୁଖରାମ ଓରାନ୍ ନିର୍ବାଚନ ଲଢୁଛନ୍ତି । ୨୦ଲକ୍ଷରୁ ଅଧିକ ଓଡ଼ିଆ ଭୋଟର ବି ଏଥର ନିର୍ଣ୍ଣାୟକ ସାଜିବେ।ମୋଟ ୧୫ ହଜାର ୩୪୪ ବୁଥ୍‌ ମଧ୍ୟରୁ ୨୨୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Jharkhand Voting For Jharkhand Assembly Polls First Phase Voting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ