Advertisment

ପଞ୍ଜାବ ଓ ୟୁପିରେ ଚାଲିଛି ମତଦାନ; ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ହେଭିୱେଟ୍‌ ନେତା

ସୀମାନ୍ତ ରାଜ୍ୟ ପଞ୍ଜାବରେ ଆଜି ନିର୍ବାଚନ। ସମସ୍ତ ୧୧୭ଟି ଆସନରେ ଭୋଟ୍ ନିଆଯାଉଛି । ସକାଳ ୮ଟାରୁ ବୁଥ୍‌ ଗୁଡ଼ିକରେ ଭୋଟ୍ ନିଆଯାଉଛି । ସେହିପରି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ତେଣୁ ବ୍ୟାଟେଲ୍ ୟୁପି ପାଇଁ ମଧ୍ୟ ଭୋଟିଂ ଚାଲଛି ।

ଅଦ୍ୟତନ ହୋଇଛି
Polling 59 In UP For Third Phase Begins, Punjab To Undergo Single Phase

Polling 59 In UP For Third Phase Begins, Punjab To Undergo Single Phase

Advertisment

ସୀମାନ୍ତ ରାଜ୍ୟ ପଞ୍ଜାବରେ ଆଜି ନିର୍ବାଚନ । ସମସ୍ତ ୧୧୭ଟି ଆସନରେ ଭୋଟ୍ ନିଆଯାଉଛି। ସକାଳ ୮ଟାରୁ ବୁଥ୍‌ ଗୁଡ଼ିକରେ ଭୋଟ୍ ନିଆଯାଉଛି। ସଂଧ୍ୟା ୬ଟା ଯାଏ ମତଦାନ ଜାରି ରହିବ ଭୋଟ୍ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଖରାର୍ରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଗୁରୁଦ୍ୱାରା ଯାଇ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

Advertisment

ଅନ୍ୟପକ୍ଷେ, ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ମୈଦାନରେ ଏଥର ଥିବା ୯୩ ମହିଳାଙ୍କ ସମେତ ୧୩୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୨.୧୪ କୋଟି ଭୋଟର ମୁଖ୍ୟମନ୍ତ୍ରୀ ଚନ୍ନି ଚମକୁର ସାହିବ, ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଅମୃତସର ପୂର୍ବ, କ୍ୟାପଟେନ୍ ଅମରିନ୍ଦର ସିଂହ ପଟିଆଲାରୁ, ଜଲାଲାବାଦ୍‌ରୁ ସୁଖବୀର ସିଂ ବାଦଲ ଓ ଲାମ୍ବି ଆସନରୁ ପ୍ରକାଶ ସିଂ ବାଦଲ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଏଥର ନିର୍ବାଚନରେ ଶାସକ କଂଗ୍ରେସ, ବିରୋଧୀ ଶିରୋମଣି ଅକାଳୀ ଦଳ,ଆମ୍‌ ଆଦମୀ ପାର୍ଟି, ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି । ଏହାସହ ଇଲେକ୍ଟ୍ରିବିଲ୍ ଓ ତୈଳ ଦର ହ୍ରାସକୁ ନେଇ କଂଗ୍ରେସ ନିର୍ବାଚନ ଲଢୁଛି ।

Advertisment

ସେପଟେ ଦିଲ୍ଲୀ ମଡେଲରେ ଶାସନ କରିବାକୁ ଆପ୍ ପ୍ରସଙ୍ଗ କରିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଗତଥର ୨୦୧୭ରେ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇଥିଲା ସେହିପରି ଆପ୍ ୨୦ଟି ଓ ଅକାଳି ଦଳ ଓ ବିଜେପି ମିଳିତ ଭାବେ ୧୮ଟି ଆସନରେ ବିଜୟଲାଭ କରିଥିଲେ ।

ସେହିପରି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ବ୍ୟାଟେଲ୍ ୟୁପି ପାଇଁ ମଧ୍ୟ ଭୋଟିଂ ଚାଲଛି। ଏହି ପର୍ଯ୍ୟାୟରେ ୫୯ଟି ଆସନ ପାଇଁ ଭୋଟ ନିଆଯାଉଛି । ମଇଦାନରେ ମୋଟ୍‌ ୬୨୭ ପ୍ରାର୍ଥୀ ଥିବା ବେଳେ ୨ କୋଟି ୧୫ ଲକ୍ଷରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ହାଥରସ୍, ଫିରୋଜାବାଦ, ଇଟାଓ୍ୱା, କାସଗଂଜ, ମୈନପୁରୀ, ଫାରୁଖାବାଦ, କନୌଜ, ପରି ହାଇଭୋଲଟେଜ୍ ସିଟ୍‌ରେ ମତଦାନ ହେଉଛି । ଆଜି ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଲଢୁଥିବା କରହଲ୍ ଆସନରେ ମଧ୍ୟ ମତଦାନ ହେଉଛି ।

Advertisment
UP Election Punjab Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ