Advertisment

ରଣହୁଙ୍କାର ଦେଲେ ରାହୁଲ, ବିଜେପି କହିଲା ଏବେ ହୋ-ହାଲ୍ଲା କରୁଛନ୍ତି, କିଛିଦିନ ପରେ ଉଭାନ୍‌ ହୋଇଯିବେ

ସାଇକେଲ୍ ରାଲି ପୂର୍ବରୁ ଆଜି ଦିଲ୍ଲୀର କନସିଷ୍ଟିସ୍ୟୁନ୍‌ କ୍ଲବରେ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ରାହୁଲ ଗାନ୍ଧି। ପେଗାସସ ବିବାଦ, କୋଭିଡ୍ ମ୍ୟାନେଜମେଣ୍ଟରେ ସରକାରଙ୍କ ବିଫଳତା ଅଭିଯୋଗ ଆଣି ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ନେଇ ଏଥିରେ ଆଲୋଚନା ହୋଇଥିଲା। ସମସ୍ତ ବିରୋଧୀ ଦଳ ଏକ ଓ ଏକାଠି ହୋଇ ମୋଦି ସରକାରକୁ ଚ୍ୟାଲେଞ୍ଜ ଦେବାକୁ ସମସ୍ତେ ଏକମତ ହୋଇଛନ୍ତି ବୋଲି ସୂଚନା ମିଳିଛି।

‘ଚୌକିଦାର ଚୋର ହେ’ ବୟାନ ପାଇଁ ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ ଗାନ୍ଧି

rahul gandhi

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧି ରଣହୁଙ୍କାର ଦେଇଛନ୍ତି। ତୈଳ ଦର ବୃଦ୍ଧି, କୃଷି ଓ ଚାଷୀଙ୍କ ସମସ୍ୟା ଆଦି ପ୍ରସଙ୍ଗ ନେଇ ସଂସଦକୁ ସାଇକେଲରେ ଯାତ୍ରା କରି ପ୍ରତିବାଦ ଜଣାଇଛନ୍ତି ରାହୁଲ। ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନେ ସଂସଦକୁ ସାଇକେଲ୍ରେ ଯାତ୍ରା କରିଥିଲେ। ଯାହାକୁ ନେଇ ଆଜି ଦିନ ତମାମ୍‌ ଚର୍ଚ୍ଚା ଲାଗିରହିଛି।

Advertisment

ସାଇକେଲ୍ ରାଲି ପୂର୍ବରୁ ଆଜି ଦିଲ୍ଲୀର କନସିଷ୍ଟିସ୍ୟୁନ୍‌ କ୍ଲବରେ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ରାହୁଲ ଗାନ୍ଧି। ପେଗାସସ ବିବାଦ, କୋଭିଡ୍ ମ୍ୟାନେଜମେଣ୍ଟରେ ସରକାରଙ୍କ ବିଫଳତା ଅଭିଯୋଗ ଆଣି ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ନେଇ ଏଥିରେ ଆଲୋଚନା ହୋଇଥିଲା। ସମସ୍ତ ବିରୋଧୀ ଦଳ ଏକ ଓ ଏକାଠି ହୋଇ ମୋଦି ସରକାରକୁ ଚ୍ୟାଲେଞ୍ଜ ଦେବାକୁ ସମସ୍ତେ ଏକମତ ହୋଇଛନ୍ତି ବୋଲି ସୂଚନା ମିଳିଛି।

Advertisment

ବିରୋଧୀ ଦଳକୁ ଏକଜୁଟ୍ କରି କେନ୍ଦ୍ର ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିବା ରାହୁଲ ଗାନ୍ଧି ୨୦୨୪ରେ ବିରୋଧୀ ଦଳଙ୍କ ନେତା ହେବେ କି ? ସାମ୍ବାଦିକଙ୍କ ଏହି ପ୍ରଶ୍ନକୁ ଏଡ଼ାଇ ଦେଇ କିନ୍ତୁ କିଛି କହିବାକୁ ମନା କରିଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ। ସେପଟେ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ବସିଥିବା ବିରୋଧୀ ଦଳ ନେତାଙ୍କ ବୈଠକ ଓ ପ୍ରସଙ୍ଗକୁ ସମାଲୋଚନା କରିଛି ବିଜେପି। ବିଜେପିର କହିବା କଥା କଂଗ୍ରେସ ଏଣ୍ଡ କୋ କେବଳ ହୋହାଲ୍ଲା କରନ୍ତି। ପୁଣି ଗାଏବ ହୋଇ ଯାଆନ୍ତି। ପେଗାସସ ପ୍ରସଙ୍ଗରେ ବିରୋଧୀ ଯେଉଁ ଦାବି କରୁଛନ୍ତି ତାହା ଅନାବଶ୍ୟକ ବୋଲି ବି ପରୋକ୍ଷରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ତେବେ ସଂସଦ ବାହାରେ ଏବଂ ସଂସଦ ଭିତରେ ପେଗାସସ୍ ଝଡ଼ ଜାରି ରହିଛି। ଏଭଳି ସମୟରେ କେନ୍ଦ୍ର ସରକାର ଯାଞ୍ଚ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି ରଖିଛନ୍ତି ବିରୋଧୀ। ଏହାକୁ ନେଇ ହୋହାଲ୍ଲା ମଧ୍ୟ ଜାରି ରହିଛି। କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଯାଞ୍ଚ ନିର୍ଦ୍ଦେଶ ଦେବା ଜରୁରୀ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠଓ୍ୱାଲେ।

Advertisment

ସେପଟେ ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଗତକାଲି ସେ କହିଥିଲେ ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍‌ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ଯେହେତୁ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ରହିଛି ତେଣୁ ମାମଲାରେ ପ୍ରତ୍ୟେକ ବିଷୟରେ ଆଲୋଚନା କରିବା ଉଚିତ୍‌ ହେବ।

BJP Congress Rahul Gandhi Congress Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ