Advertisment

ନାମ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ଦଳକୁ ଦେବାକୁ ପଡ଼ିବ ପ୍ରାର୍ଥୀଙ୍କ ଅପରାଧିକ କୁଣ୍ଡଳୀ

ଅପରାଧ ମୁକ୍ତ ହେବ କି ରାଜନୀତି ? ରାଜନୀତିକୁ ଅପରାଧ ଠାରୁ ଦୂରେଇ ରଖିବାକୁ ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି । ରାଜନୀତିରେ ଅପରାଧୀକରଣ ମାମଲା ନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି ।

ଅଦ୍ୟତନ ହୋଇଛି
ନାମ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ଦଳକୁ ଦେବାକୁ ପଡ଼ିବ ପ୍ରାର୍ଥୀଙ୍କ ଅପରାଧିକ କୁଣ୍ଡଳୀ

Supreme Court of India

Advertisment

ଅପରାଧ ମୁକ୍ତ ହେବ କି ରାଜନୀତି ? ରାଜନୀତିକୁ ଅପରାଧ ଠାରୁ ଦୂରେଇ ରଖିବାକୁ ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି । ରାଜନୀତିରେ ଅପରାଧୀକରଣ ମାମଲା ନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି । ନାମ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ସମ୍ପର୍କୀତ ସମସ୍ତ ସୂଚନା ଦେବାକୁ ସମସ୍ତ ରାଜନୈତିକ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଜନୈତିକ ଦଳର ଅପରାଧିକ ରେକର୍ଡ ଉପରେ ଥିବା ନିର୍ଦ୍ଦେଶାବଳୀକୁ ସୁପ୍ରିମକୋର୍ଟ ଆହୁରି କଡାକଡି କରିଛନ୍ତି ଏବଂ ଏହାର ପୂର୍ବ ରାୟରେ ସଂଶୋଧନ କରିଛନ୍ତି । ୧୩ ଫେବ୍ରୁଆରି ୨୦୨୦ରେ ହୋଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ ଆଣି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

Advertisment

ହାଇକୋର୍ଟଙ୍କ ବିନା ସ୍ୱୀକୃତିରେ ସାଂସଦ କିମ୍ବା ବିଧାୟକଙ୍କ ନାଁରେ ଥିବା ଅପରାଧିକ ମାମଲା ପ୍ରତ୍ୟାହାର କରାଯାଇ ପାରିବ ନାହିଁ । ରାଜ୍ୟ ସରକାର ନିଜ ରାଜ୍ୟରେ ଥିବା ହାଇକୋର୍ଟଙ୍କ ଅନୁମତି ନ ନେଇ କୌଣସି ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ପ୍ରତ୍ୟାହାର କରିପାରିବେ ନାହିଁ ।  ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ସାଂସଦ ଓ ବିଧାୟକଙ୍କ ନାଁରେ ଥିବା ଅପରାଧ ରେକର୍ଡ ମୁଖ୍ୟ ବିଚାରପତିଙ୍କୁ ପ୍ରଦାନ କରିବେ । ତା ସହିତ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ସିବିଆଇ କୋର୍ଟ କିମ୍ବା ଅନ୍ୟ କୋର୍ଟ ଜାରି ରଖିବାକୁ ପଡ଼ିବ । 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ପାଇଁ ମନୋନୀତ ପ୍ରାର୍ଥୀଙ୍କ ଅପରାଧିକ ଇତିହାସ ପ୍ରକାଶ କରିବାକୁ ପଡିବ । ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଦାଏର ହୋଇଛି କିମ୍ବା ସେ କୌଣସି ମାମଲାରେ ଅଭିଯୁକ୍ତ ଅଟନ୍ତି, ତେବେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ଏହି ସୂଚନା ସାର୍ବଜନୀନ କରିବାକୁ ପଡିବ।

Advertisment

ଏହା ପୂର୍ବରୁ ୧୩ ଫେବ୍ରୁଆରି ୨୦୨୦ରେ ରାଜନୀତିରେ ଅପରାଧୀକରଣ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ଅନୁଚ୍ଛେଦ ୪.୪ ରେ ନିର୍ଦ୍ଦେଶ ଅନୁସାରେ ସମସ୍ତ ରାଜନନୈତିକ ଦଳ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ କିମ୍ବା ନାମାଙ୍କନ ଦାଖଲ କରିବାର ପ୍ରଥମ ତାରିଖର ଅତି କମରେ ଦୁଇ ସପ୍ତାହ ମଧ୍ୟରେ ପ୍ରାର୍ଥୀ ସମ୍ବନ୍ଧୀୟ ସୂଚନା ସାର୍ବଜନୀନ କରିବାକୁ ପଡିବ । ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଦାଏର ହୋଇଥିଲେ, ସେହି ସୂଚନାକୁ ମଧ୍ୟ ସାର୍ବଜନୀନ କରିବା ଆବଶ୍ୟକ ବୋଲି କହିଥିଲେ ।

ପ୍ରାର୍ଥୀଙ୍କ ଅପରାଧିକ ଇତିହାସିକୁ ଖୁଲାସା କରୁନଥିବା ଜାତୀୟ ଦଳ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦଳର ନିର୍ବାଚନୀ ଚିହ୍ନକୁ ନିଲମ୍ବିତ ରଖିବା ପାଇଁ ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ନିର୍ବାଚନ କମିସନ୍ । ସୁପ୍ରିମକୋର୍ଟଙ୍କ ଆଦେଶ ଉଲ୍ଲଂଘନ ମାମଲାରେ ଏପରି ପରାମର୍ଶ ଦେଇଛନ୍ତି ନିର୍ବାଚନ କମିସନ୍ ।

Advertisment

ତେବେ ଏସମ୍ପର୍କରେ ସିପିଏମ୍ ପକ୍ଷରୁ ଓକିଲ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରି କହିଛନ୍ତି, ଆମର ମଧ୍ୟ ସମାନ ବିଚାର ରହିଛି । ରାଜନୀତିକୁ ଅପରାଧୀକରଣ କରାଯିବା ଉଚିତ୍ ନୁହେଁ । କେବଳ କ୍ଷମା ପ୍ରାର୍ଥନା କଲେ ଚଳିବ ନାହିଁ ବୋଲି କୋର୍ଟ ସିପିଏମଙ୍କ ଓକିଲଙ୍କୁ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରିବାକୁ ପଡିବ । ବିହାର ବିଧାନସଭା ନିର୍ବାଚନ ସମୟରେ ଅନେକ ପ୍ରାର୍ଥୀ ଅପରାଧିକ ମାମଲା ସମ୍ପର୍କରେ ସୂଚନା ଦେଇନାହାନ୍ତି । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟ ଏହା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Supreme Court Political Parties
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ