Advertisment

କର୍ଣ୍ଣାଟକ ରାଜନୀତିରେ ହେଲାଣି କି କନ୍ଦଳ? ଆଜି ମୋଦିଙ୍କୁ ଭେଟିବେ ୟେଦିୟୁରପ୍ପା

ମୋଦିଙ୍କୁ ଭେଟିବା ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୟେଦିୟୁରପ୍ପାଙ୍କ ମିଡିଆ ଟିମରୁ ଜଣେ କହିଛନ୍ତି। ରାଜ୍ୟ ବିଜେପିରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବା ଦାବି ଜୋର୍ ଧରୁଥିବାବେଳେ ୟେଦିୟୁରପ୍ପା ଦିଲ୍ଲୀ ଯାତ୍ରା କରିଛନ୍ତି। ଯଦିଓ କିଛି କେନ୍ଦ୍ରୀୟ ନେତା ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ବୋଲି କହିଛନ୍ତି।

କର୍ଣ୍ଣାଟକ ରାଜନୀତିରେ ହେଲାଣି କି କନ୍ଦଳ? ଆଜି ମୋଦିଙ୍କୁ ଭେଟିବେ ୟେଦିୟୁରପ୍ପା

Yediyurappa

Advertisment

ନୂଆଦିଲ୍ଲୀ: ବିଜେପିରେ ଆଭ୍ୟନ୍ତରୀଣ ଅସନ୍ତୋଷକୁ ନେଇ କର୍ଣ୍ଣାଟକରେ ରାଜନୈତିକ ସଂକଟ ଦେଖା ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟୁଛନ୍ତି। ସକାଳେ କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭର୍ଚୁଆଲ ମିଟିଂ ସାରିବା ପରେ ଦିଲ୍ଲୀ ଯାତ୍ରା କରିଛନ୍ତି ୟେଦିୟୁରପ୍ପା। ମୋଦିଙ୍କୁ ଭେଟିବା ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୟେଦିୟୁରପ୍ପାଙ୍କ ମିଡିଆ ଟିମରୁ ଜଣେ କହିଛନ୍ତି। ରାଜ୍ୟ ବିଜେପିରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବା ଦାବି ଜୋର୍ ଧରୁଥିବାବେଳେ ୟେଦିୟୁରପ୍ପା ଦିଲ୍ଲୀ ଯାତ୍ରା କରିଛନ୍ତି। ଯଦିଓ କିଛି କେନ୍ଦ୍ରୀୟ ନେତା ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ବୋଲି କହିଛନ୍ତି।

Advertisment

ସେପଟେ ଶରଦଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ରାଷ୍ଟ୍ରପତି ପଦ ପାଇଁ ଏନସିପି ନେତା ଶରଦ ପାୱାରଙ୍କ ନାଁକୁ ନେଇ ଗତ କିଛିଦିନ ହେବ ଚର୍ଚ୍ଚା କରାଯାଉଥିଲା। କିନ୍ତୁ ଏହି ଚର୍ଚ୍ଚା ଉପରେ ନିଜେ ପୁନଃଚ୍ଛେଦ ଟାଣିଛନ୍ତି ଶରଦ। ସେ କହିଛନ୍ତି, ଯେଉଁମାନେ ଏହାକୁ ନେଇ ଚର୍ଚ୍ଚା କରିଛନ୍ତି ତାହାର କୌଣସି ଆଧାର ନାହିଁ। ଏହାସହ ଶରଦ କହିଛନ୍ତି ଯେ, ପ୍ରଶାନ୍ତ କିଶୋର ରାଷ୍ଟ୍ରପତି ପଦ ପାଇଁ ମୋ ସହ କୌଣସି ଆଲୋଚନା ମଧ୍ୟ କରିନାହାନ୍ତି। କିନ୍ତୁ ଏହାକୁ ନେଇ କାହିଁକି ଚର୍ଚ୍ଚା ହେଉଛି ତାହା ମଧ୍ୟ ମତେ ଜଣାନାହିଁ। ରାଷ୍ଟ୍ରପତି ପଦ ପାଇଁ ମୋ ନାଁ ଚର୍ଚ୍ଚା ହେବା ହିଁ ଆଦୌ ଠିକ୍‌ ନୁହେଁ। ପ୍ରଶାନ୍ତ ଯେଉଁ ସମୟରେ ମୋ ସହ ସାକ୍ଷାତ୍‌ କରିଥିଲେ ତାହା ସମ୍ପର୍ଣ୍ଣ ରାଜନୈତିକ ଥିଲା। ସେ ସମୟରେ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନ ଅର୍ଥାତ୍‌ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନକୁ ନେଇ ମଧ୍ୟ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି। ତେବେ ମୋଟ୍‌ ଉପରେ ଦକ୍ଷିଣ ଭାରତର ରାଜନୀତି ଏବେ ସରଗରମ ରହିଛି।

Advertisment
Narendra Modi BJP Politics B.S. Yediyurappa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ