IED Recovery In Delhi
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍ରୁ ୧.୫ କିଲୋ ଓଜନର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେବେ ଘଟଣା ପଛରେ ପାକିସ୍ତାନ ଇଣ୍ଟେଲଜେନ୍ସି ଏଜେନ୍ସି ISI(Inter-Services Intelligence)ର ହାତ ଥିବା ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ସନ୍ଦେହ କରୁଛି।
ଗତ ଶୁକ୍ରବାର ଗାଜିପୁର ଫୁଲ ବଜାରରୁ ଏକ ସନ୍ଦିଗ୍ଧ ବ୍ୟାଗ୍ରୁ ୧.୫ କିଲୋ ଓଜନର IED ମିଳିଥିଲା। IEDରେ RDX (Royal Demolition Explosive) ବ୍ୟବହାର କରାଯାଇଥିଲା। ତେଣୁ ଏହା ପଛରେ ISIର ହାତ ଥିବା ସନ୍ଦେହ ରକାଯାଉଛି। ଦିଲ୍ଲୀ ପୋଲିସ୍ ଓ ଗୁଇନ୍ଦା ବିଭାଗ ହାତରେ ଏଭଳି ତଥ୍ୟ ଲାଗିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଯାଞ୍ଚ କରାଯାଉଛି। କିଛି ହ୍ୟାଣ୍ଡଲର୍ ଏବେ ବି ଦିଲ୍ଲୀରେ ଥିବା ସୁରାକ୍ ମିଳିଛି।
ସବୁଠୁ ବଡ଼ କଥା, ଆହୁରି କିଛି IED ଏବେ ବି ବାହାରେ ଥିବା କୁହାଯାଉଛି। ତେଣୁ ସେ ଦିଗରେ ତଦନ୍ତ ହେଉଛି। ଦିଲ୍ଲୀ ପୋଲିସ୍ ସହ କେନ୍ଦ୍ରର ବିଭିନ୍ନ ତଦନ୍ତକାରୀ ସଂସ୍ଥା ଘଟଣାର ଖୋଳତାଡ଼ କରୁଛନ୍ତି। ଗାଜିପୁରରୁ ମିଳିଥିବା IED ପଞ୍ଜାବରୁ ଆସିଥିବା ପୋଲିସ୍ ସନ୍ଦେହ କରୁଛି। ଡ୍ରୋନ୍ ମାଧ୍ୟମରେ ପାକିସ୍ତାନ ଏହି ବିସ୍ଫୋରକ ସାମଗ୍ରୀ ପଠାଇଥିବା କୁହାଯାଉଛି। ଗଣତନ୍ତ୍ର ଦିବସ ପୂର୍ବରୁ ରାଜପଥରୁ ୧୫ କିଲୋମିଟର ଦୂରରେ ଏଭଳି ଘଟଣା ଘଟିଥିବାରୁ ଘଟଣାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642320268.jpg)