Advertisment

“ପ୍ରେମ ନିବେଦନ କିମ୍ବା ହାତ ଧରି ପକାଇବାର ଅର୍ଥ ନୁହେଁ ଯୌନ ଉତ୍ପୀଡ଼ନ”

କୋର୍ଟ କହିଛନ୍ତି ଯେ, ଅଦାଲତକୁ ଏମିତି କୌଣସି ପ୍ରମାଣ ମିଳିନାହିଁ ଯେଉଁଥିରେ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଉପରେ ଯୌନ ଉତ୍ପୀଡ଼ିନ ହୋଇଛି। କେବଳ ଏତିକି ନୁହେଁ ବରଂ ବିଚାରପତି ସ୍ପଷ୍ଟ କରିଥିଲେ,କୋର୍ଟକୁ ଏମିତି କୌଣସି ପ୍ରମାଣ ମିଳୁନାହିଁ ଯେଉଁଥିରେ କି ଅପରାଧୀ ଜଣକ ଲଗାତର ଭାବରେ ନାବାଳିକାଙ୍କ ପିଛା କରିଥିଲେ ବୋଲି ଓ ଏକ ଶୂନଶାନ୍‌ ସ୍ଥାନକୁ ନେଇଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ

ଅଦ୍ୟତନ ହୋଇଛି
ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ବଡ଼ ଖୁଲାସା

rape

Advertisment

ମୁମ୍ବାଇ: ମୁମ୍ବାଇ POCSO କୋର୍ଟଙ୍କ ବଡ଼ ରାୟ। କୌଣସି ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୁହେଁ। କେବଳ ଏତିକି ନୁହେଁ ବରଂ ଏପରି ମାମଲାରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ ମଧ୍ୟ କରିଛନ୍ତି। ତେବେ ମାମଲାଟି ଏବେ ର ନୁହେଁ ବରଂ ୨୦୧୭ ମସିହାରେ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରେ ଏହି ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା। ଆଉ ଏବେ ଏହି ମାମଲାର ଶୁଣାଣି କରି କୋର୍ଟ ଏପରି ରାୟ ଦେଇଛନ୍ତି। ସୂଚନା ଦେଉଛୁ କି, ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରାର୍ମ ସେକସୁଆଲ୍ ଅଫେନ୍ସ ଆକ୍ଟକୁ POCSO କୁହାଯାଏ। ଏହି କୋର୍ଟରେ ୧୮ ବର୍ଷରୁ କମ୍‌ ଅର୍ଥାତ୍‌ ନାବାଳିକାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ିତ ମାମଲାର ଶୁଣାଣି କରାଯାଏ। ୨୦୧୨ ମସିହାରେ ଏହି ଆଇନର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ମାମଲାରେ ଅପରାଧୀମାନଙ୍କୁ ସଜ୍ଜା ଦିଆଯାଇଥାଏ। ଆଉ ୨୦୧୮ ମସିହାରେ ସରକାର ଏହି ଆଇନରେ ବଡ଼ ଧରଣର ସଂଶୋଧନ ମଧ୍ୟ କରିଥିଲେ।

Advertisment

କୋର୍ଟ କହିଛନ୍ତି ଯେ, ଅଦାଲତକୁ ଏମିତି କୌଣସି ପ୍ରମାଣ ମିଳିନାହିଁ ଯେଉଁଥିରେ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଉପରେ ଯୌନ ଉତ୍ପୀଡ଼ନ ହୋଇଛି। କେବଳ ଏତିକି ନୁହେଁ ବରଂ ବିଚାରପତି ସ୍ପଷ୍ଟ କରିଥିଲେ,କୋର୍ଟକୁ ଏମିତି କୌଣସି ପ୍ରମାଣ ମିଳୁନାହିଁ ଯେଉଁଥିରେ କି ଅପରାଧୀ ଜଣକ ଲଗାତର ଭାବରେ ନାବାଳିକାଙ୍କ ପିଛା କରିଥିଲେ ବୋଲି ଓ ଏକ ଶୂନଶାନ୍‌ ସ୍ଥାନକୁ ନେଇଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ। ତେଣୁ ଜଣେ ପ୍ରେମ ନିବେଦନ କରିବା କିମ୍ବା ହାତକୁ ଧରିପକାଇଲେ ତାହାକୁ ଯୌନ ଉତ୍ପୀଡ଼ିନ କହିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଉଚିତ୍‌ ମନେ କଲେନାହିଁ ବିଚାରପତି।

Advertisment

ତେବେ ପୂର୍ବରୁ ମଧ୍ୟ ଏପରି ମାମଲା ଆସିଥିଲା, ଏବଂ ଜଣେ ଯୁବକ ଏକ ଶିଶୁର ହାତ ଧରିଦେଇଥିଲା ଏବଂ ପରିବାର ଲୋକ ମଧ୍ୟ ସମାନ ଅଭିଯୋଗ କରିବା ସହ ଯୌନ ଉତ୍ପୀଡ଼ନ ମାମଲା ଦାୟର କରିଥିଲେ କିନ୍ତୁ କୌଣସି ପ୍ରମାଣ ମିଳିନଥିଲା। ଏହାପୂର୍ବରୁ

ବମ୍ବେ ହାଇକୋର୍ଟ ଜଣେ ୫ ବର୍ଷର ବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋକ୍ସୋ ଆକ୍ଟର ଧାରା ୮ ଏବଂ ୧୦ ଅନୁଯାୟୀ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦଣ୍ଡକୁ ରଦ୍ଦ କରିଦେଇଥିଲେ। ଏହି ରାୟ ଘୋଷଣା କରିବାବେଳେ କୋର୍ଟ କହିଥିଲେ ଯେ ପ୍ୟାଣ୍ଟ ଖୋଲି ନାବାଳିକାର ହାତ ଧରିବାର ଅର୍ଥ ଯୌନ ଉତ୍ପୀଡ଼ନ ନୁହେଁ। ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ସେହି ସମୟରେ ଜୋରଦାର ଚର୍ଚ୍ଚା ହୋଇଥିଲା।

Advertisment
India Mumbai POCSO Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ