Advertisment

ଏହି ବ୍ୟାଙ୍କରେ ସାଲାରୀ ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା। ଏହି ଟଙ୍କାରେ ଆପଣ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇବେ ବୋଲି ସୂଚନା ମିଳିଛି।

PNB BANK

PNB BANK

Advertisment

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା। ଏହି ଟଙ୍କାରେ ଆପଣ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇବେ ବୋଲି ସୂଚନା ମିଳିଛି। କେବଳ ଯେଉଁମାନଙ୍କର ସାଲାରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ରହିଥିବ ସେମାନେ ହିଁ ଏହାର ଲାଭ ପାଇବେ। ଏହାସହ ବ୍ୟାଙ୍କ ସ୍ପଷ୍ଟ କରିଛି କି, ଯେଉଁ ପ୍ରକାର ଚାକିରି କରିଥିଲେ ସାଲାରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ରହିଥିବା ଆବଶ୍ୟକ। ଯଦି ସାଲାରୀ ଆକାଉଣ୍ଟ ଥିବ ତେବେ ବ୍ୟାଙ୍କ ସବୁ ପ୍ରକାର ସହାୟତା ଯୋଗାଇ ଦେବ। ଆସନ୍ତୁ ଜାଣିବା କେମିତି ଆପଣମାନେ ପାଇବେ ଏହି ଟଙ୍କା....

Advertisment

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଥିବ। ହୁଏତ ତାହା ସାଲାରୀ ଆକାଉଣ୍ଟ ହୋଇପାରେ କିମ୍ବା ସେଭିଂ ଆକାଉଣ୍ଟ ମଧ୍ୟ ହୋଇପାରେ। କିନ୍ତୁ ଏହି ସୁବିଧା ସେହି ଲୋକଙ୍କୁ ମିଳିବ ଯେଉଁମାନଙ୍କର ସାଲାରୀ ଆକାଉଣ୍ଟ ଏହଇ ବ୍ୟାଙ୍କରେ ରହିଥିବ। ଆଉ ଆକାଉଣ୍ଟ ଖୋଲିବା ପରେ ଆପଣଙ୍କୁ ବ୍ୟାଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ସୁବିଧା ଦିଆଯାଏ। ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ୨୦ ଲକ୍ଷ ଟଙ୍କାର ବେନିଫିଟ୍‌ ମଧ୍ୟ ପାଇପାରିବେ।

Advertisment

ସୂଚନା ଅନୁସାରେ,ବ୍ୟକ୍ତିଗତ ଦୁର୍ଘଟଣା ବୀମା, ଓଭରଡ୍ରାଫ୍ଟ ଏବଂ ସ୍ୱିପ୍ ସୁବିଧା PNB ର ମୋ ଦରମା ଖାତା ଖୋଲିବାରେ ଉପଲବ୍ଧ । ତେଣୁ ଆପଣମାନେ ନିଜର ସାଲାରୀ ଆକାଉଣ୍ଟ ଖୋଲିବା ପରେ ବ୍ୟାଙ୍କ ଏହି ସେବା ଯୋଗାଇ ଦେବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମୋ ଦରମା ଆକାଉଣ୍ଟଧାରୀଙ୍କୁ ୨୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଦୁର୍ଘଟଣା ବୀମା ପ୍ରଦାନ କରିଥାଏ। ଏହା ବ୍ୟତୀତ, ଆପଣ ଖାତା ଖୋଲିବାରେ ଆହୁରି ଅନେକ ଲାଭ ପାଇବେ । ବ୍ୟାଙ୍କ ପକ୍ଷରୁ ଏହି ଖାତାକୁ ୪ ଟି ଶ୍ରେଣୀରେ ବିଭକ୍ତ କରାଯାଇଛି।

ଜାଣିରଖନ୍ତୁ କେତୋଟି ରହିଛି ବର୍ଗ...

୧୦ ରୁ ୨୫ ହଜାର ମାସିକ ଦରମାକୁ ରୂପା ବର୍ଗରେ ବିଭକ୍ତ କରାଯାଇଛି। ସେହିପରି ୨୫ ରୁ ୭୫ ହଜାର ମାସିକ ଦରମାକୁ ସୁନା ବର୍ଗ , ୭୫ ହଜାରରୁ ୧ ଲକ୍ଷ ୫୦ ହଜାର ମାସିକ ଦରମାକୁ ପ୍ରିମିୟମ୍ ବର୍ଗ ଏବଂ ୧ ଲକ୍ଷ ୫୦ ହଜାରରୁ ଅଧିକ ମାସିକ ଦରମାକୁ ପ୍ଲାଟିନମ୍ ବର୍ଗରେ ବିଭକ୍ତ କରାଯାଇଛି। ତେଣୁ ଆପଣ ନିଜର ସାଲାରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ଖୋଲିଲେ ବ୍ୟାଙ୍କର ସମସ୍ତ ସେବା ପାଇପାରିବେ ବୋଲି ସୂଚନା ରହିଛି। ତେବେ ଏନେଇ ଅଧିକ ସୂଚନା ଜାଣିବାକୁ ଇଚ୍ଛା ଥିଲେ ଏହି ଲିଙ୍କରେ କ୍ଲିକ୍‌ କରି ସମସ୍ତ ସୂଚନା ପାଆନ୍ତୁ....

Advertisment

https://www.pnbindia.in/salary saving products.html

India Punjab National Bank
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ