National Emblem
ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଛାତ ଉପରେ ନ୍ୟାସନାଲ ଏମ୍ବଲେମ୍କୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭର ଏହି କଳାକୃତି ନୂତନ ସଂସଦ ଭବନର ମୁଖ୍ୟ ଲବିର କେନ୍ଦ୍ର ସ୍ଥଳରେ ଅର୍ଥାତ ଛାତ ଉପରେ ଶୋଭା ପାଇବ ।
ବ୍ରୋଞ୍ଜରେ ର୍ନିମିତ ଏହି ଏହି ପ୍ରତୀକର ଓଜନ ୯ ହଜାର ୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ୬ ଦଶମିକ ୫ ମିଟର । ଏହି ପ୍ରତୀକକୁ ସପୋର୍ଟ ପାଇଁ ଷ୍ଟିଲର ଏକ ଢାଞ୍ଚା ମଧ୍ୟ ନିର୍ମାଣ କରାଯାଇଛି । ଯାହାର ଓଜନ ପ୍ରାୟ ୬ ହଜାର ୫୦୦ କିଲୋଗ୍ରାମ । ମାଟିର ଢଳେଇଠାରୁ ଆରମ୍ଭ କରି ଏହାର କମ୍ପ୍ୟୁଟର ଗ୍ରାଫିକ୍ସ ଏବଂ ବ୍ରୋଞ୍ଜ କାଷ୍ଟିଂ ଯାଏଁ ୮ଟି ପର୍ଯ୍ୟାୟ ଦେଇ ହୋଇଛି ।
ଏହି ଜାତୀୟ ପ୍ରତୀକର ନିର୍ମାଣ କାର୍ଯ୍ୟ ଏହି ପ୍ରତୀକକୁ ଉନ୍ମୋଚନ କରିବାପରେ ଏହାକୁ ନିର୍ମାଣ କରିଥିବା ଶିଳ୍ପୀ ଏବଂ କାରିଗରଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ମୋଦି । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657530935.jpg)