Advertisment

୭ ଅକ୍ଟୋବର ମୋଦିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ: ଜାଣନ୍ତୁ କାହିଁକି?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜଲି ଗ୍ରାଣ୍ଟ ବିମାନବନ୍ଦର ଟର୍ମିନାଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।

Narendra Modi

Narendra Modi

Advertisment

ନୂଆଦିଲ୍ଲୀ: ଅକ୍ଟୋବର ୨୦ରେ ଉତ୍ତରାଖଣ୍ଡରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ଦିନ ମୋଦିଙ୍କ ପାଇଁ ବେଶ୍‌ ଐତିହାସିକ ଦିନ ବୋଲି କୁହାଯାଉଛି। କାରଣ ଏହିଦିନ ମୋଦି ନିଜର ସାମ୍ବିଧାନିକ ପଦର ୨୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଏବଂ ଏହି ଦିନ ପ୍ରଧାନମନ୍ତ୍ରୀ ଦେବଭୋମୀ ଉତ୍ତରାଖଣ୍ଡ ପରିଦର୍ଶନ କରିବାକୁ ଇଚ୍ଛା ରଖିଛନ୍ତି । ସୂଚନାନୁସାରେ, ଏହି ଦିନ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତରେ ମଧ୍ୟ ଯିବେ । କିନ୍ତୁ ଏହି ବିଶେଷ ଦିନରେ ମୋଦି କେଦାରନାଥଙ୍କୁ ଦର୍ଶନ କରିବେ ବୋଲି ଜଣାପଡ଼ିଛି।

Advertisment

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜଲି ଗ୍ରାଣ୍ଟ ବିମାନବନ୍ଦର ଟର୍ମିନାଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।

ଏକାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ଧାମ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବହୁତ ବିଶ୍ୱାସ ରହିଛି। ଅଶୀ ଦଶକରେ ନରେନ୍ଦ୍ର ମୋଦୀ କେଦାରପୁରୀର ମାଣ୍ଡାକିନୀ ନଦୀର ବାମ ପାର୍ଶ୍ୱରେ ଅବସ୍ଥିତ ଗରୁଡଚଟ୍ଟୀରେ ଦେଢ ମାସ ଧ୍ୟାନ କରିଥିଲେ।। ତା’ପରେ ସେ ବାବାଙ୍କ ଦର୍ଶନ ପାଇଁ ପ୍ରତିଦିନ କେଦାରନାଥ ମନ୍ଦିରରେ ପହଞ୍ଚୁଥିଲେ ବୋଲି ସୂଚନା ମିଳିଛି।

Advertisment

ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ୩ ମଇ ୨୦୧୭ରେ ପ୍ରଥମ ଥର ପାଇଁ କେଦାରନାଥ ଯାଇଥିଲେ। ସ୍ୱାଧୀନତା ପରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଚାରିଥର କେଦାରନାଥ ଗସ୍ତ କରିସାରିଛନ୍ତି। ଏହାପୂର୍ବରୁ କେବଳ ଇନ୍ଦିରା ଗାନ୍ଧୀ କେଦାର ବାବାଙ୍କ ଦର୍ଶନ ଦୁଇଥର ପ୍ରଧାନମନ୍ତ୍ରୀ ଭାବରେ କରିଥିଲେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,

Advertisment

୩ ମଇ ୨୦୧୭, ୨୦ ଅକ୍ଟୋବର ୨୦୧୭, ୭ ନଭେମ୍ବର ୨୦୧୮ ଏବଂ ୧୮ ମଇ ୨୦୧୯ରେ ମୋଦି କେଦାରନାଥ ଧାମ ଗସ୍ତରେ ଯାଇଥିଲେ।

୭ ଅକ୍ଟୋବର ୨୦୦୧ ରେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାତ୍ରାକୁ ସଫଳତାର ସହ ତୁଲାଇ ଆସିଛନ୍ତି ମୋଦୀ। ଏପର୍ଯ୍ୟନ୍ତ ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି ମଧ୍ୟ ହୋଇଛି । ସେ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ନେତା ଯିଏକି ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଥିଲା। ୭ ଅକ୍ଟୋବର ୨୦୦୧ ରେ ମୁଖ୍ୟମନ୍ତ୍ରୀ ହେବା ପରେ ଲଗାତାର ଭୋଟରଙ୍କ ମନ କିଣିଛନ୍ତି ମୋଦି। ତେବେ ମୋଦିଙ୍କ ଗସ୍ତକୁ ନଜରରେ ରଖି କେଦାର ନାଥରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Narendra Modi Uttarakhand Kedarnath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ