Advertisment

ଆଜି ମୋଦିଙ୍କ ଜମ୍ମୁ କାଶ୍ମୀର ଗସ୍ତ; ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜି ଜମ୍ମୁ କାଶ୍ମୀର ଗସ୍ତ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ । ମୋଦି ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ ।

ଅଦ୍ୟତନ ହୋଇଛି
Pm narendra modi jammu and Kashmir visit today

Pm narendra modi jammu and Kashmir visit today

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜି ଜାମ୍ମୁ କାଶ୍ମୀର ଗସ୍ତ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ । ମୋଦି ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ । ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ଶୁଭାରମ୍ଭ ତଥା ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାର ପାଲ୍ଲୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଏଥିରେ ଜମ୍ମୁ କାଶ୍ମୀରର ପଞ୍ଚାୟତସ୍ତରର ନିର୍ବାଚିତ ଜନପ୍ରତିନିଧି ସାମିଲ ହେବେ । ଜମ୍ମୁ କାଶ୍ମୀରରେ ୩୦ ହଜାରରୁ ଅଧିକ ଜନପ୍ରତିନିଧି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ କାଶ୍ମୀର ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣ ସଭାରେ ସାମିଲ ହେବାକୁ ଲୋକଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଦେଇ ଯିବାକୁ ହେବ । ସଭାକୁ ଆତଙ୍କୀ ଭଣ୍ଡୁର କରିବାକୁ ଉଦ୍ୟମ ଆଶଂକାରେ ଅଧିକାଂଶ ସ୍ଥାନରେ ତାରବାଡ଼ ଲଗାଯାଇଛି ।

Advertisment

ତେବେ ଅଗଷ୍ଟ ୨୦୧୯ ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ୭୫ଟି ଜଳ ପ୍ରକଳ୍ପକୁ ନେଇ ଅମୃତ ସରୋବର ଯୋଜନାର ଶୁଭାରମ୍ଭ ମଧ୍ୟ କରିବେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାର ପାଲ୍ଲୀ ପଞ୍ଚାୟତ ପରିଦର୍ଶନ କରିବା ସହ ସେଠାରେ ଏକ ୫୦୦ କିଲୋୱାଟ୍‌ର ବିଦ୍ୟୁତ୍‌ କେନ୍ଦ୍ର ଉଦ୍‌ଘାଟନ କରିବେ । ଜାମ୍ମୁ କାଶ୍ମୀର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୩୧୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ବାନିହାଲ କ୍ୱାଜିଗୁଣ୍ଡ ରୋଡ ଟନେଲ(Banihal Qazigund Road Tunnel) ଉଦଘାଟନ କରିବେ। ୮.୫ କିଲୋମିଟର ବିଶିଷ୍ଟ ଏହି ଟନେଲ୍ ଟି ବାନିହାଲ୍ ଏବଂ କ୍ୱାଜିଗୁଣ୍ଡ ମଧ୍ୟର ରାସ୍ତାର ଦୂରତାକୁ ୧୬ କିଲୋମିଟର ହ୍ରାସ କରିବ । ଫଳରେ ଲୋକେ ପୂର୍ବ ଅପେକ୍ଷା ଶୀଘ୍ର ନିଜ ଠିକଣାସ୍ଥଳରେ ପହଞ୍ଚିପାରିବେ । ଏହି ଟନେଲ ଜାମ୍ମୁ କାଶ୍ମୀର ମଧ୍ୟରେ ସଂଯୋଗ ସ୍ଥାପନ କରିବାରେ ସାହାଯ୍ୟ କରିବା ସହ ଦୁଇ ଅଞ୍ଚଳର ଦୂରତାକୁ କମାଇପାରିବ ।

Advertisment
Narendra Modi PM Modi Jammu Kashmir PM Jammu Kashmir Visit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ