Advertisment

କାଲି ପୁଣି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା, ଜାଣନ୍ତୁ କାହିଁକି?

ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।

କାଲି ପୁଣି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା, ଜାଣନ୍ତୁ କାହିଁକି?

Farmer

Advertisment

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ବଡ଼ ଖବର। ପୁଣି ଥରେ ଚାଷୀ ଭାଇଙ୍କୁ ଆସନ୍ତାକାଲି ମିଳିବ ୨ ହଜାର ଟଙ୍କା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଅନୁସାରେ ଏହି ଟଙ୍କା ମିଳିବ ବୋଲି ସୂଚନା ମିଳିଛି। କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୯ ତାରିଖରେ ନବମ କିସ୍ତିର ଟଙ୍କା ଚାଷୀମାନେ ପାଇବେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ୯ ଅଗଷ୍ଟରେ ଦ୍ୱିପ୍ରହର ୧୨.୩୦ ମିନିଟ୍‌ରେ ଚାଷୀଙ୍କ ଆକାଉଣ୍ଟକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଟଙ୍କା ପଠାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଯୋଜନାରେ ପାଖାପାଖି ସାଢେ ୯ କୋଟି ଚାଷୀଭାଇମାନେ ଲାଭ ପାଇବେ ବୋଲି ସୂଚନା ମିଳିଛି। MyGovIndia ରେ କେନ୍ଦ୍ର ସରକାର ଏନେଇ ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।

Advertisment

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ୧.୩୮ ଲକ୍ଷ ହଜାର କୋଟିରୁ ଅଧିକ ଟଙ୍କା ପଠାଯାଇସାରିଛି । ଯଦି ଏହି ଯୋଜନାରେ ଆପଣଙ୍କ ନାଁ ଅଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ

PM Kisan Yojana, pmkisan.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ। ଏହାପରେ ଆପଣ ନିଜ ନାମ ଏହି ଯୋଜନାରେ ସାମିଲ ଅଛି କି ନାହିଁ ଜାଣିପାରିବେ। ଯଦି ନାହାନ୍ତି ଆଉ ଯୋଜନା ପାଇବାକୁ ଆପଣ ଦାବିଦାର ଅଛନ୍ତି ତେବେ ନିକଟସ୍ଥ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ଯୋଜନାର ଲାଭ ପାଇପାରିବେ ବୋଲି ସୂଚନା ମିଳିଛି।

Advertisment
PM-Kisan Samman Nidhi Yojana NarendraModi India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ