ସ୍ୱାମୀ ଭେଙ୍କଟେଶ୍ୱରଙ୍କ ପାଖରେ ଦେଶବାସୀଙ୍କ ମଙ୍ଗଳ ମନାସିଲେ ପ୍ରଧାନମନ୍ତ୍ରୀ

ତିରୁମାଳା ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରିବା ସହ ମଙ୍ଗଳ ମନାସିଛନ୍ତି ପ୍ରଧାନମନ୍ତ୍ରୀ ।

PM Modi

ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦି ତିରୁମାଳା ଗସ୍ତ କରି ସ୍ୱାମୀ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିଛନ୍ତି । 

ଏ ଅବସରରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରିବା ସହ ମଙ୍ଗଳ ମନାସିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ମୋଦି ତିରୁମାଳା ଗସ୍ତ କରିଥିଲେ । ଭେଙ୍କଟେଶ୍ୱରଙ୍କ ଦର୍ଶନ ପରେ ମୋଦି ତେଲଙ୍ଗାନା ଅଭିମୁଖେ ଯାତ୍ରା କରିଛନ୍ତି ।