Advertisment

ଲତା ଦିଦିଙ୍କ ଶେଷ ଦର୍ଶନ କରିବେ ମୋଦି

ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ କେବଳ ଭାରତ ନୁହଁ ବିଶ୍ୱର ବିଭିନ୍ନ ଦେଶର ନେତା ଓ ଲୋକ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଟ୍ବିଟ୍ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Narendra Modi

Narendra Modi

Advertisment

ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଶେଷ କୃତ୍ୟ। ମୁମ୍ବାଇର ଶିବାଜୀ ପାର୍କରେ ଆଜି ସାଢେ ୬.୩୦ରେ ଅନୁଷ୍ଠିତ ହେବ। ଏ ନେଇ ବ୍ରିହମ ମୁମ୍ବାଇ ମ୍ୟୁନିସିପାଲ କର୍ପରେସନ ପକ୍ଷରୁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି। ଅପରାହ୍ନ ୩ଟା ୩୦ ସମୟରେ ଲତା ଦିଦିଙ୍କ ପାର୍ଥୀବ ଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ଲାଗି ଶିବାଜୀ ପାର୍କରେ ରଖାଯିବ। ୫ଟା ୪୫ ସମୟରେ ପ୍ରଧାନମନ୍ତ୍ରୀ ଲତା ମଙ୍ଗେସରଙ୍କ ଦର୍ଶନ କରିବା ପରେ ଅନ୍ତିମ ସଂସ୍କାର ହେବ ପୂର୍ବରୁ ଲତା ଦିଦିଙ୍କ ଉଦ୍ଦେଶ୍ୟରେ ଦେଶରେ ୨ ଦିନିଆ ଶୋକ ଘୋଷଣା ସହ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। ମହାରାଷ୍ଟ୍ର ସରକାର ସ୍ୱର ସମ୍ରାଜ୍ଞୀ ତଥା ଭାରତର ନାଇଟ୍ ଏଞ୍ଜେଲ ଲତା ଦିଦିଙ୍କ ଶେଷ ଯାତ୍ରା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି।

Advertisment

ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ କେବଳ ଭାରତ ନୁହଁ ବିଶ୍ୱର ବିଭିନ୍ନ ଦେଶର ନେତା ଓ ଲୋକ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଟ୍ବିଟ୍ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଶୋକ ବାର୍ତ୍ତାରେ କହିଛନ୍ତି, ଲତାଙ୍କ ବିୟୋଗରେ ସାରା ଉପମହାଦେଶରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବାଂଲାଦେଶ ରାଷ୍ଟ୍ରପତି ମଧ୍ୟ ଲତା ଦିଦିଙ୍କ ଦେହାନ୍ତରେ ଶୋକ ଜଣାଇଛନ୍ତି।

ସେହିପରି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେପଟେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ୱାଦ୍ ଚୌଧୁରୀ ଟୁଇଟ୍ କରି ଶୋକ ପ୍ରକାଶ କରିଥିବା ବେଳେ ଭାରତରେ ଅବସ୍ଥାପିତ ଆମେରିକା, ଇସ୍ରାଏଲ, ଫ୍ରାନ୍ସ ଦୂତାବାସ ପକ୍ଷରୁ ଲତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଛି।

Advertisment
Narendra Modi Lata Mangeshkar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ