Advertisment

ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ମୋଦି, ମିଳିବ ଏହିସବୁ ସୁବିଧା...

ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

PM Modi to launch Viswakarma Yojana today

PM Modi to launch Viswakarma Yojana today

Advertisment

ଆଜି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜୟନ୍ତୀ। ଆଜିର ଦିନରେ ବିଭିନ୍ନ ଅନୁଷ୍ଠାନ ତଥା ବିଭିନ୍ନ ସଂସ୍ଥା ଗୁଡ଼ିକରେ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନା କରାଯିବ।
ଶିଳ୍ପ ଅନୁଷ୍ଠାନରୁ ଆରମ୍ଭ କରି ଛୋଟବଡ଼ ଦୋକାନ, ମଲ୍, କଳକାରଖାନା ସବୁଠି ଦେବଶିଳ୍ପୀଙ୍କର ଆରଧାନା କରାଯିବ।

Advertisment

ଯିଏ ଯେଉଁ ବୃତ୍ତିରେ ଥାଉ ନିଜ ନିଜ ବୃତ୍ତି ଆଧାରରେ ଦେବଶିଳ୍ପୀଙ୍କୁ ଆଜି ପୂଜାର୍ଚ୍ଚନା କରୁଛନ୍ତି। ବିଶ୍ୱକର୍ମା ସଂସାର ଗଢ଼ି ଥିବାରୁ ସବୁ କାରିଗରଙ୍କ ବି ସେ ହେଉଛନ୍ତି ପ୍ରମୁଖ ଦେବତା।

ସେପଟେ ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବେ।

Advertisment

ଏହି ସ୍କିମ୍ ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫,୦୦୦ ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

୫% ସୁଧ ହାରରେ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା ଦିଆଯିବାର ମଧ୍ୟ ସୁବିଧା ରହିଛି। ସେହିଭଳି ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତାପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। 

Advertisment
PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ