Advertisment

ସ୍ୱଚ୍ଛ ଭାରତ ମିଶନ ସହରୀ ଏବଂ ଅମୃତ ୨.୦ର ଆଜି ଶୁଭାରମ୍ଭ କରିବେ ମୋଦି

ଆଜି ସ୍ୱଚ୍ଛ ଭାରତ ମିଶନ ସହରୀ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ସହରକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଯୋଗାଇବା ଏହାର ଉଦ୍ଦେଶ୍ୟ ରହିଛି। ନୂଆଦିଲ୍ଲୀ ସ୍ଥିତ ଡକ୍ଚର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଅଦ୍ୟତନ ହୋଇଛି
undefined

PM Modi

Advertisment

ନୂଆଦିଲ୍ଲୀ: ଆଜି ସ୍ୱଚ୍ଛ ଭାରତ ମିଶନ ସହରୀ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ସହରକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଯୋଗାଇବା ଏହାର ଉଦ୍ଦେଶ୍ୟ ରହିଛି। ନୂଆଦିଲ୍ଲୀ ସ୍ଥିତ ଡକ୍ଚର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର ଗୃହ ଓ ସହରାଂଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସହାରଂଚଳ ବିକାଶ ମନ୍ତ୍ରୀଗଣ ଏଥିରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Advertisment

ସରକାରଙ୍କ ଏହି ଫ୍ଲାଗସିପ୍ ଅଭିଯାନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସହରୀକରଣ ଆହ୍ୱାନର ମୁକାବିଲା ସହ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ । ଏସବିଏମୟୁ ୨.୦ପାଇଁ ୧.୪୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ସେହିପରି ଅମୃତ ୨.୦ ଯୋଜନା ବାବଦ ବ୍ୟୟ ଅଟକଳ ୨.୮୭ ଲକ୍ଷ କୋଟି ଟଙ୍କା ରଖାଯାଇଛି ।

Advertisment
Narendra Modi Swachh Bharat Mission Urban 2.0 AMRUT 2.0
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ