Advertisment

ଦ୍ୱାରକାରେ IICC ବା 'ୟଶୋଭୂମି'ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ ଦ୍ୱାରକାରେ 'ଯଶୋଭୂମି'ର ଉଦଘାଟିତ । ସବୁ ଅନ୍ତର୍ଜାତୀୟ ସଭା, ସମ୍ମିଳନୀ, ପ୍ରଦର୍ଶନୀ ହେବ । ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି ।

ଅଦ୍ୟତନ ହୋଇଛି
YashoBhumi

YashoBhumi

Advertisment

ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଉଦଘାଟିତ ହୋଇଛି ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର ବା 'ୟଶୋଭୂମି' । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱାରକାଠାରେ 'ୟଶୋଭୂମି' କାର୍ଯ୍ୟକ୍ଷମ ହେବା ପରେ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ସ୍ଥାପନ ହୋଇପାରିବ ବୋଲି ଆଶା କରାଯାଉଛି ।

Advertisment

ସମୁଦାୟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ କ୍ଷେତ୍ରଫଳ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମିତ ଅଞ୍ଚଳ ସହିତ ଏହି କେନ୍ଦ୍ରରେ ମିଟିଂ, ସମ୍ମିଳନୀ, ପ୍ରଦର୍ଶନୀ ବହୁ ବଡ ବଡ କାର୍ଯ୍ୟକ୍ରମର ସୁବିଧା ସ୍ଥାନ ପାଇବ । ପାଖାପାଖି ୫ ହଜାର ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ 'ଯଶୋଭୂମି'ରେ ଏକ ଭବ୍ୟ କନଭେନସନ୍ ସେଣ୍ଟର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି ।

୭୩ ହଜାର ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟ ଅଡିଟୋରିୟମ, ଏକ ଗ୍ରାଣ୍ଡ ବଲ ରୁମ ସମେତ ୧୫ଟି କନଭେନସନ ରୁମ୍ ଏବଂ ୧୩ଟି ମିଟିଂ ରୁମର ବ୍ୟବସ୍ଥା ରହିଛି । କନଭେନସନ୍ ସେଣ୍ଟରରେ ଥିବା ପୂର୍ଣ୍ଣାଙ୍ଗ ହଲକୁ ପ୍ରାୟ ୬ ହଜାର ଅତିଥି ବସିବା କ୍ଷମତା ବିଶିଷ୍ଟ କରାଯାଇଛି ।

Advertisment
PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ