Advertisment

ମହିଳା ହକି ଟିମ୍ ସହ କଥା ହେଲେ ମୋଦି

ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନସିଂ ଜରିଆରେ କଥା ହେଲେ ନରେନ୍ଦ୍ର ମୋଦି। ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ସାବାସୀ ମଧ୍ୟ ଜଣାଇଲେ। ଏହାସହ ଆପଣମାନେ ସମସ୍ତେ ଭଲ ଖେଳିଲେ ବୋଲି ଖେଳାଳିଙ୍କୁ କହିଲେ ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହେଁ ବରଂ ସାରା ଦେଶ ଆପଣଙ୍କ ପାଇଁ ଗର୍ବ କରୁଛି ବୋଲି ମୋଦି ସେମାନଙ୍କୁ କହିଛନ୍ତି

ଅଦ୍ୟତନ ହୋଇଛି
ମହିଳା ହକି ଟିମ୍ ସହ କଥା ହେଲେ ମୋଦି

PM Modi

Advertisment

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନସିଂ ଜରିଆରେ କଥା ହେଲେ ନରେନ୍ଦ୍ର ମୋଦି। ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ସାବାସୀ ମଧ୍ୟ ଜଣାଇଲେ। ଏହାସହ ଆପଣମାନେ ସମସ୍ତେ ଭଲ ଖେଳିଲେ ବୋଲି ଖେଳାଳିଙ୍କୁ କହିଲେ ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହେଁ ବରଂ ସାରା ଦେଶ ଆପଣଙ୍କ ପାଇଁ ଗର୍ବ କରୁଛି ବୋଲି ମୋଦି ସେମାନଙ୍କୁ କହିଛନ୍ତି। ଭବିଷ୍ୟତ ପାଇଁ ଅଲ୍ ଦ ଭେରି ବେଷ୍ଟ କହି ଖେଳାଳିଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ସୂଚନା ଅନୁସାରେ, ଗତକାଲି ଟୋକିଓ ଅଲମ୍ପିକରେ ନିରାଶ କରିଥିଲା ମହିଳା ହକି। ମଉଳି ଗଲା ବ୍ରୋଞ୍ଜ ପଦକ ଆଶା। ଗ୍ରେଟ ବ୍ରିଟେନଠାରୁ ହାରି ହାତଛଡ଼ା କରିଛି ପଦକ । ତେବେ ଅଲମ୍ପିକ୍ସ ମହାକୁମ୍ଭରେ ବେଶ ସଂଘର୍ଷପୂର୍ଣ୍ଣ ଥିଲା ଆଜିର ମ୍ୟାଚ। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଁ ଆଜି ଭାରତୀୟ ମହିଳା ଦଳ ପାଇଁ ଥିଲା ବଡ ଚାଲେଞ୍ଜ। ଶକ୍ତିଶାଳୀ ଗ୍ରେଟ୍ ବ୍ରିଟେନ୍ ସହ ଭାରତୀୟ ମହିଳା ହକି ଟିମ୍‌ର ମୁକାବିଲା ହୋଇଥିଲା। ଖେଳର ପ୍ରାରମ୍ଭରେ ଚମତ୍କାର ପ୍ରଦର୍ଶନ କରିଥିଲା ଭାରତ। କିନ୍ତୁ ୨ୟ କ୍ୱାର୍ଟରରେ ୦-୨ ଗୋଲରେ ପଛୁଆ ଥିଲା ଭାରତ। ହେଲେ ଜବରଦସ୍ତ ପ୍ରଦର୍ଶନ କରି ୩-୨ରେ ଆଗକୁ ଯାଇଥିଲା। ତୃତୀୟ କ୍ୱର୍ଟର ପର୍ଯ୍ୟନ୍ତ ୩-୩ ଗୋଲରେ ବରାବର ଥିଲେ ଭାରତ-ବ୍ରିଟେନ। ହେଲେ ୪ର୍ଥ କ୍ୱାର୍ଟରରେ ବ୍ରିଟେନ ୪-୩ରେ ଆଗୁଆ ଥିଲା। ଭାରତ ଡିଫେଣ୍ଡିଂ ବହୁତ ଭଲ ଥିଲା ଏବଂ ୨ଟି ପେନାଲ୍‌ଟି କର୍ଣ୍ଣରକୁ ବିଫଳ କରି ଦେଇଥିଲା। ହେଲେ ସେକେଣ୍ଡ ହାଫ ଆରମ୍ଭ ହେବା ପରେ ବ୍ରିଟେନ ଏକ ଗୋଲ ଦେଇଥିଲା।

Advertisment

ସେହିପରି ପୁରୁଷ ଟିମ୍ ଭଳି ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବାକୁ ଏକମାତ୍ର ସୁଯୋଗ ଥିଲା ମହିଳା ଟିମ୍ ହାତରେ। ପଦକ ପାଇଁ ଜୀ-ଜାନ ଲଗାଇ ଖେଳିଥିଲେ ଭାରତୀୟ ଟିମ୍। ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବନ୍ଦନା କଟରିଆ, କ୍ୟାପଟେନ୍ ରାଣୀ ରାମପଲ, ଗୁରଜିତ୍ କୌରଙ୍କ ସହ ଓଡ଼ିଆ ଖେଳାଳି ଦୀପଗ୍ରେସ୍ ଏକ୍କା ଶକ୍ତିଶାଳୀ ବ୍ରିଟେନକୁ ରୋକିବେ ବୋଲି ପ୍ରାରମ୍ଭରୁ ଆଶା କରାଯାଉଥିଲା। ତିନି ଥର ଗୋଲ୍‌ଡ ଜିତିଥିବା ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ରାଣୀ ରାମପାଲଙ୍କ ଟିମ୍ । ତେବେ ସେମିରେ ଆର୍ଜେଣ୍ଟିନା ସହ ଲଢେଇ କରି ୨-୧ ଗୋଲରେ ହାରିଯାଇଥିଲା ।। ତେବେ ହାରିବା ପରେ କାନ୍ଦି ପକାଇଥିଲା ପୂରା ଟିମ୍‌। ଆଉ ଏପରି ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥା ହେବାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।

Narendra Modi Olympic Tokyo Olympics2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ