Advertisment

‘କଂଗ୍ରେସର ନେତା, ନୀତିର ଗ୍ୟାରେଣ୍ଟି ନାହିଁ...ମୋଦି ଗ୍ୟାରେଣ୍ଟି ଉପରେ ପ୍ରଶ୍ନ କରୁଛି’

ଖୁବଶୀଘ୍ର ମୋ ସରକାରର ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଗାମୀ ୫ ବର୍ଷ ବିକାଶର ନୂଆ ସୋପାନରେ ଆମେ ପହଞ୍ଚିବୁ ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରେରଣାଦାୟୀ ଉଦବୋଧନ ପାଇଁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ସହ ଏହା ଦେଶକୁ ନୂଆ ଦିଗ ଦେଖାଇବ ବୋଲି ସେ କହିଛନ୍ତି। ଏ ଅବସରରେ କଂଗ୍ରେସକୁ ସିଧା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ, ନିର୍ବାଚିତ ସରକାରମାନଙ୍କୁ ବାରମ୍ବାର ହଟାଇ ଦେଇଛି। ଗଣମାଧ୍ୟମକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିଛି କଂଗ୍ରେସ। ସେହିପରି ପୂର୍ବରୁ କଂଗ୍ରେସ ଦେଶ ଭାଙ୍ଗିବାକୁ ଚେଷ୍ଟା କରିଛି। ଆଉ ଏବେ ସେମାନେ ଉତ୍ତର ଓ ଦକ୍ଷିଣ ଭାରତକୁ ଭାଙ୍ଗିବା ପାଇଁ ବିବୃତ୍ତି ଦେଉଛନ୍ତି ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ସେ ଆହୁରି କହିଛନ୍ତି, ଏ ସ୍ୱର ମୋତେ ଦେଶବାସୀ ଦେଇଛନ୍ତି, କେହି ଦବାଇ ପାରିବେନି । କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍ ଡେଟେଡ୍ ହୋଇଗଲାଣି । ଏଥର କଂଗ୍ରେସ ୪୦ ପାର୍ କରିପାରିବନି ବୋଲି ସେ ଦୃଢୋକ୍ତି ଦେଖାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସର ଏ ଅବସ୍ଥା ଦେଖି ଆମକୁ ଖୁସି ଲାଗୁନି ବରଂ ସମବେଦନା ଜଣାଉଛୁ । ଗଣତନ୍ତ୍ରର ତଣ୍ଟି ଚିପିଥିବା କଂଗ୍ରେସ ସଂଘୀୟ ବ୍ୟବସ୍ଥା ପ୍ରବଚନ ଦେଉଛି । ବିଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା କଂଗ୍ରେସ ରାଷ୍ଟ୍ର ସୁରକ୍ଷା କଥା କହୁଛି ।

କଂଗ୍ରେସର ନେତା, ନୀତିର ଗ୍ୟାରେଣ୍ଟି ନାହିଁ, ମୋଦି ଗ୍ୟାରେଣ୍ଟିର ପ୍ରଶ୍ନ କରୁଛି। ୟୁପିଏର ୧୦ ବର୍ଷର ଶାସନରେ ପଲିସି ପାରାଲିସିସ୍‌ ହୋଇଯାଇଥିଲା। ସ୍ୱାଧୀନତା ପରେ ବି ଗୁଲାମୀ ମାନସିକତା କାହା ପାଖରେ ଥିଲା ? ଇଂରେଜମାନେ ତିଆରି କରିଥିବା ପୁରୁଣାକାଳିଆ ଆଇନ କିଏ ଚଲାଇ ରଖିଥିଲା ? ଲାଲ୍‌ବତୀ ସଂସ୍କୃତି କାହିଁକି ହଟାଯାଉନଥିଲା ବୋଲି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଏସସି-ଏସଟି ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖି ମୋଦି କହିଛନ୍ତି, ବାବା ସାହେବ ନ ଥିଲେ ଏସସି/ଏସ୍‌ଟିଙ୍କୁ ବୋଧେ ସଂରକ୍ଷଣ ମିଳି ନ ଥାନ୍ତା । ନେହରୁ ନିଜେ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସଂରକ୍ଷଣ ବିରୋଧୀ କହିଥିଲେ । ପରିବାର ଲୋକଙ୍କୁ ଭାରତ ରତ୍ନ କିନ୍ତୁ ବାବା ସାହେବଙ୍କୁ ଭାରତ ରତ୍ନ ଦେବାକୁ ଭୁଲିଗଲେ। କଂଗ୍ରେସର ଜଣେ ଉପଦେଷ୍ଟା ଆମେରିକାରେ ବସିଛନ୍ତି। ଉକ୍ତ ବ୍ୟକ୍ତି ବାବା ସାହେବଙ୍କ ଅବଦାନକୁ ନ୍ୟୁନ୍ ଦେଖାଇବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଆଦିବାସୀ ରାଷ୍ଟ୍ରପତିଙ୍କୁ ବିରୋଧ କରିଛି । ଏପରକି ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ବି କଂଗ୍ରେସ ପଛାଇନି । ସେହିପରି ସବ୍‌କା ସାଥ୍‌ ସବ୍‌କା ବିକାଶ ମୋଦି ଗ୍ୟାରେଣ୍ଟି କହିଲେ ପ୍ରଧାନମନ୍ତ୍ରୀ। ଲୋକଙ୍କ ବିଶ୍ୱାସ ଜିତିଛୁ, ଏବେ କେବଳ ମୋଦି ଗ୍ୟାରେଣ୍ଟି ଚାଲିବ। ମୁଁ ସ୍ୱାଧୀନ ଭାରତରେ ଜନ୍ମ ହୋଇଛି, ମୋ ବିଚାରଧାରା ସ୍ୱାଧୀନ। ଗୁଲାମୀ ସମୟରେ ଜନ୍ମ ନେଇନି କି ମୋ ବିଚାରଧାରା ବି ଗୁଲାମୀ ନୁହେଁ ବୋଲି ରାଜ୍ୟସଭାରେ କହିଛନ୍ତି ମୋଦି। ସେହିପରି ବିଏସ୍‌ଏନ୍‌ଏଲ୍‌, ଏୟାର ଇଣ୍ଡିଆକୁ କିଏ ତଳିତଳାନ୍ତ କରିଦେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁ ବିଏସ୍‌ଏନ୍‌ଏଲ୍‌କୁ ବରବାଦ କରିଥିଲେ, ସେହି ଏବେ 5G ଆଣିଛି। ହାଲ୍‌କୁ ବରବାଦ କରିଥିଲେ, ଏବେ ହାଲ୍‌ ସବୁଠାରୁ ବଡ଼ ହେଲିକପ୍ଟର କରିଛି। ସରକାରୀ ଶିଳ୍ପ ସଂସ୍ଥାକୁ ବିକ୍ରି କରାଯାଉଥିବା ମିଛ ଆରୋପ ଆଣୁଛନ୍ତି। ‘୨୦୧୪ରେ ୨୩୪ ଥିଲା, ଏବେ ୨୫୪ ପିଏସ୍‌ୟୁ ଅଛି। କେମିତି ବିକ୍ରି ହେଲା। ଏମାନଙ୍କ ହାତ ଯେଉଁଠି ଲାଗିବ, ଡୁବିବା ଥୟ ବୋଲି କହିଲେ ପ୍ରଧାନମନ୍ତ୍ରୀ।

Advertisment

ସେହିପରି ସେ ଆହୁରି କହିଛନ୍ତ ଯେ, ଖୁବଶୀଘ୍ର ମୋ ସରକାରର ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି । ଆଗାମୀ ୫ ବର୍ଷ ବିକାଶର ନୂଆ ସୋପାନରେ ଆମେ ପହଞ୍ଚିବୁ । ଆଗାମୀ ୫ ବର୍ଷରେ ଭାରତ ବୁଲେଟ୍ ଟ୍ରେନ୍ ଦେଖିବ । ଆତ୍ମନିର୍ଭର ଭାରତ ଅଭିଯାନ ନୂଆ ଶିଖରରେ ପହଞ୍ଚିବ ବୋଲି ମୋଦି କହିଛନ୍ତି । ଖାଇବା ତେଲ ଉତ୍ପାଦନରେ ୫ ବର୍ଷରେ ଭାରତ ଆତ୍ମନିର୍ଭର ହେବ। ଆଗାମୀ ୫ ବର୍ଷରେ ଭାରତ ବିକାଶର ଉତ୍ତୁଙ୍ଗ ଶିଖରରେ ପହଞ୍ଚିବ। ସଂକଳ୍ପରୁ ସିଦ୍ଧି ଯାଏଁ ପହଞ୍ଚାଇବା ମୋ କାର୍ଯ୍ୟଶୈଳୀର ଅଂଶବିଶେଷ। ଯାହାର ଗ୍ୟାରେଣ୍ଟିର ତାକତ ଅଛି, ଦେଶ ତା କଥା ହିଁ ଶୁଣିବ। ଏ ଆଉଟ୍‌ଡେଟେଡ୍‌ଙ୍କ କଥା ଦେଶ ଶୁଣିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

India News Narendra Modi Congress Rajya Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ