Advertisment

‘ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ’

‘ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

India Celebrates 76th Independence Day

India Celebrates 76th Independence Day

Advertisment

ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ।’ ମହାପୁରୁଷଙ୍କ ବଳିଦାନକୁ ମନେ ପକାଇବା ସହ ବାପୁଜୀ, ନେତାଜୀ ଓ ସବରକରଙ୍କ ପରି ମହାପୁରୁଷଙ୍କ ନାଁ ନେଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ୭୫ ବର୍ଷ ଭିତରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

Advertisment

ସ୍ୱାଧୀନତା ପରେ ଦେଶ ନିର୍ମାଣକାରୀଙ୍କୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି। ଜବାହର ଲାଲ ନେହରୁ, ପଟେଲ, ଶାସ୍ତ୍ରୀ, ରାଜେନ୍ଦ୍ର ପ୍ରସାଦଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଦେଶବାସୀଙ୍କୁ ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଛନ୍ତି ଯେ, ୭୫ ବର୍ଷର ଯାତ୍ରାରେ ଅନେକ ଉତ୍‌ଥାନ ପତନ ଦେଇ ଗତି କରିଛୁ। କେବେ କୌଣସି ପରିସ୍ଥିତିରେ ହାରିବାକୁ ଦେଇନାହୁଁ। ଅଭାବ, ଉପହାସ ଭିତରେ କେବେ ବି ପଛକୁ ଫେରିନୁ। ଗୁଲାମୀ ଶାସନର ଅନ୍ତ ପରେ ଆମେ ସଫଳତାର ପାହାଚ ଚଢୁଛୁ। ଆତଙ୍କବାଦ ଜରିଆରେ ଛଦ୍ମ ଯୁଦ୍ଧ ଚାଲିଛି, ମାତ୍ର ଆଗକୁ ବଢୁଛୁ। ଭାରତର ବିବିଧତା ହେଉଛି ଆମର ପ୍ରକୃତ ଶକ୍ତି। ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜନନୀ।

‘୨୦୧୪ରେ ଦେଶବାସୀ ମୋତେ ଦାୟିତ୍ୱ ଦେଇଥିଲେ। ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି। ସବୁଠୁ ବଡ଼ କଥା ହେଲା ଆମ ଦେଶର ଲୋକେ ବେଶ୍ ଆକାଂକ୍ଷୀ। ଦେଶକୁ ବଦଳାଇବା ପାଇଁ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି। ସାମୁହିକ ଚେତନାର ଜାଗରଣ ମୁଁ ଦେଖିପାରୁଛି। ଗତ ୩ ଦିନରେ କୋଣ ଅନୁକୋଣରେ ଉଡୁଥିବା ତ୍ରିରଙ୍ଗା ଏହାର ପ୍ରମାଣ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

କରୋନାର ଉଦାହରଣ ଦେଇ ଦେଶର ଚେତନା ଶକ୍ତି ବଖାଣି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୦ କୋଟି ଡୋଜ୍ ଟିକା ନେଇ ଚେତନା ଦେଖାଇଛନ୍ତି ଦେଶବାସୀ। ଆଜାଦୀ କା ଅମୃତ ମହୋତ୍ସବରେ ସାମୁହିକ ଶକ୍ତି ଦେଖିଛି।  ଏହାସହ ୧୩୦ କୋଟି ଲୋକେ ରାଜନୈତିକ ସ୍ଥିର ସରକାର ପ୍ରଦାନ କରିଛନ୍ତି। ରାଜନୈତିକ ସ୍ଥିରତା ପାଇଁ ନୀତିର ଗତିଶୀଳତା ସାମ୍ନାକୁ ଆସିଛି। ତେବେ ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପଞ୍ଚ ପ୍ରାଣକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ। ପଞ୍ଚ ପ୍ରାଣ ଶକ୍ତିର ନାଗରିକର କର୍ତ୍ତବ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍ ପଡ଼ିବେନି’।

PM Modi Independence Day Azadi Ka Amrit Mahotsav Independence Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ