Advertisment

‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ’

‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 Independence Day 2022

Independence Day 2022

Advertisment

ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଯୁବପିଢ଼ିଙ୍କୁ ସଂକଳ୍ପ ନେଇ କାମ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆଗାମୀ ୨୫ ବର୍ଷ ମାନବ କୈନ୍ଦ୍ରିକ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ। ଏହାସହ ସ୍ୱଚ୍ଛତା, ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ। ଡିଜିଟାଲ ଇଣ୍ଡିଆ, ଷ୍ଟାଟ୍‌ ଅପ୍‌ର ସୁଫଳ ଦେଶବାସୀଙ୍କୁ ମିଳିଛି। ଭାରତର ପବିତ୍ର ଜୀବନ ଶୈଳୀକୁ ସାରା ବିଶ୍ୱ ଗ୍ରହଣ କରିଛି। ସଂଯୁକ୍ତ ପରିବାରର ମହନୀୟତା ହେଉଛି ଆମର ସାମର୍ଥ୍ୟ।’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ବସୁଧୈବ କୁଟୁମ୍ବକମକୁ ନେଇ ସାରା ବିଶ୍ୱରେ ଗର୍ବ କରୁଛୁ। ନାରୀକୁ ଅପମାନିତ କରୁଥିବା ଶକ୍ତିଠୁ ଦୂରେଇ ରହିବା ଉଚିତ୍। ଆଜିର ତୋପ ସଲାମୀ ମେଡ୍ ଇନ୍ ଇଣ୍ଡିଆ ଜରିଆରେ କରାଯାଇଛି। ଆଜି ସେନା ବାହିନୀକୁ ସଲାମ କରିବା ପାଇଁ ସମୟ ଆସିଛି। ୩ ଶହ ପ୍ରକାର ଯୁଦ୍ଧ ସରଞ୍ଜାମ ଦେଶରେ ତିଆରି ତାଲିକା ଦେଇଛନ୍ତି।’

Advertisment

ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପଞ୍ଚ ପ୍ରାଣକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ। ପଞ୍ଚ ପ୍ରାଣ ଶକ୍ତିର ନାଗରିକର କର୍ତ୍ତବ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍ ପଡ଼ିବେନି’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। 

PM Modi Independence Day Azadi Ka Amrit Mahotsav Independence Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ