Advertisment

ସଂସଦରେ ସ୍ମୋକ୍‌ ଆଟାକ୍ ଘଟଣାକୁ ନେଇ ମୋଦି କହିଲେ...

ହିନ୍ଦୀ ଖବରକାଗଜକୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର । ‘ଲୋକସଭାରେ ଯାହା ଘଟିଲା ଅତି ଚିନ୍ତାଜନକ’ ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ସଂସଦରେ ଆତତାୟୀ ପଶିବା ଘଟଣା ଅତ୍ୟନ୍ତ ଚିନ୍ତାଜନକ । ସଂସଦ ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ହିନ୍ଦୀ ଖବରକାଗଜ ଦୈନିକ ଜାଗରଣକୁ ଦେଇଥିବା ସାକ୍ଷାତକାରରେ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ ପଶି ଆତତାୟୀ ମାନେ ଯାହା ସବୁ କରିଲେ ସେସବୁ ଅତି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

Advertisment

କେନ୍ଦ୍ର ସରକାର ଏଥିପ୍ରତି ବେଶ୍ ଯନ୍ତ୍ରବାନ ରହିବା ସହ ଏଦିଗରେ ଆବଶ୍ୟକ କଡ଼ା ପଦକ୍ଷେପ ନେଇଛନ୍ତି । କୌଣସି ମତେ ଏଭଳି ଘଟଣାକୁ ଅଣଦେଖା କିମ୍ବା ହାଲୁକା ଭାବେ ନିଆଯାଇପାରିବନି । ତଦନ୍ତକାରୀ ସଂସ୍ଥା ପୁରା ମାମଲାର ତଦନ୍ତ କରୁଛି । ଏହି ଘଟଣା ଓ ଷଡ଼ଯନ୍ତ୍ର ପଛରେ କିଏ ରହିଛନ୍ତି ସେଦିଗରେ ବି ଖୋଳତାଡ଼ କରାଯାଉଥିବା ପ୍ରଧାନମନ୍ତ୍ରୀ ସାକ୍ଷାତକାରରେ କହିଛନ୍ତି।

ଖାଲି ଏତିକି ନୁହେଁ, ସମସ୍ତଙ୍କୁ ବି ଏଦିଗରେ ଚିନ୍ତା କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ଏସବୁ ପଛରେ କେଉଁ ତତ୍ତ୍ୱମାନେ ରହିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟ କଣ ସେ ସବୁ ବୁଝିବାକୁ ପଡ଼ିବ ବୋଲି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ଅନ୍ୟପଟେ ଏହି ମାମଲାରେ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାକୁ ଗିରଫ କରିବା ପରେ ଖୋଲୁଛି ଗୋଟେ ପରେ ଗୋଟେ ଗୁମର। ଲଳିତ ଜାଳି ଦେଇଥିବା ଅଭିଯୁକ୍ତଙ୍କ ମୋବାଇଲ୍‌କୁ ଜବତ କରିଛି ପୋଲିସ୍। ରାଜସ୍ଥାନରୁ ଏକ ଅଞ୍ଚଳରୁ ଜଳା ମୋବାଇଲ୍‌କୁ ଜବତ କରାଯାଇଛି। ସେସବୁକୁ ସେଣ୍ଟ୍ରାଲ୍ ଫରେନସିକ୍‌କୁ ପଠାଯିବ ଓ ଏସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି ଦିଲ୍ଲୀ ପୋଲିସ।

ସେହିପରି ଗିରଫ ୭ ଜଣଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଚାଲିଛି । ଗତ ୧୩ ତାରିଖ ଦିନ ଲୋକସଭା ଭିତରେ ପଶି ଦୁଇ ଜଣ ବ୍ୟକ୍ତି ଧୂଆଁ ସ୍ପ୍ରେ କରିଥିଲେ। ପାର୍ଲାମେଣ୍ଟ ବାହାରେ ବି ନାରାବାଜୀ ଦେବା ସହ ସମାନ ଧରଣର ବିରୋଧ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ଏବେ ଯାଏଁ ୭ ଜଣଙ୍କୁ ଗିରଫ କରାଯାଇଛି ।

Advertisment
Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ