Advertisment

କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି

ବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୧୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡଃ ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ୍ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂ ପୁରୀ, ମନସୁଖ୍ ମାଣ୍ଡଭୀୟ, ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଶନ ରେଡ୍ଡୀ ଓ ଅନୁରାଗ ଠାକୁର ସାମିଲ ହୋଇଛନ୍ତି ।

ଅଦ୍ୟତନ ହୋଇଛି
କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି

Cabinet reshuffle

Advertisment

ନୂଆଦିଲ୍ଲୀ : ବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୧୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡଃ ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ୍ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂ ପୁରୀ, ମନସୁଖ୍ ମାଣ୍ଡଭୀୟ, ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଶନ ରେଡ୍ଡୀ ଓ ଅନୁରାଗ ଠାକୁର ସାମିଲ ହୋଇଛନ୍ତି ।

Advertisment

ଓଡ଼ିଶାରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ଶପଥ ଗ୍ରହଣ କରିଛନ୍ତି । ତେବେ ଯାହା ଅନୁମାନ କରାଯାଉଥିଲା, ସେହି ଅନୁସାରେ ମୋଦି ନିଜ ନୂଆ ଟିମ୍ରେ ଉତ୍ତରପ୍ରଦେଶକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଉତ୍ତରପ୍ରଦେଶରୁ ୭ ଜଣ, ଗୁଜରାଟରୁ ୫ ଜଣ ଓ ପଶ୍ଚିମବଙ୍ଗରୁ ୪ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ମନ୍ତ୍ରିମଣ୍ଡଳରେ ୮୧ ଯାଏଁ ମନ୍ତ୍ରୀ ସଂଖ୍ୟାର ରହିବାର ସୁଯୋଗ ଥିବା ବେଳେ, ପୂର୍ବରୁ ମାତ୍ର ୫୩ ଜଣ ଥିଲେ ସଂପ୍ରସାରଣ ପରେ ଏବେ ଏହି ସଂଖ୍ୟା ୭୭କୁ ବୃଦ୍ଧି ପାଇଛି ।

Advertisment

ସେପଟେ ମୋଦିଙ୍କ ବ୍ରିଗେଡରେ ବିଶେଷକରି ଯୁବ ଓ ଉଚ୍ଚ ଶିକ୍ଷିତଙ୍କୁ ଫୋକସ୍ ରଖାଯାଇଛି । ମନ୍ତ୍ରିମଣ୍ଡଳରେ ୧୨ ଜଣ ଅନୁସୂଚିତ ଜାତି ଏବଂ ଏବଂ ୮ ଜଣ ଜନଜାତି ବର୍ଗର ଜନପ୍ରତିନିଧିଙ୍କୁ ସାମିଲ କରାଯାଇଛି । ନୂଆ ମନ୍ତ୍ରିମଣ୍ଡଳର ହାରାହାରି ବୟସ ୫୮ ରହିଛି । ସରକାରରେ ୧୩ ଜଣ ଓକିଲ, ୬ ଜଣ ଡାକ୍ତର, ୫ ଜଣ ଇଞ୍ଜିନିଅର ଓ ୭ ଜଣ ପ୍ରଶାସକଙ୍କୁ ସାମିଲ କରାଯାଇଛି । କେନ୍ଦ୍ରର ମୋଦି ସରକାରରେ ୧୧ ଜଣ ମହିଳାଙ୍କୁ ମନ୍ତ୍ରୀପଦ ଦିଆଯାଇ ଥିବାବେଳେ ୧୪ ଜଣ ମନ୍ତ୍ରୀଙ୍କ ବୟସ ୫୦ ବର୍ଷରୁ କମ୍ ରହିଛି । ସେହିପରି ନୂଆ ମନ୍ତ୍ରିମଣ୍ଡଳରେ ୪୬ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ନୂଆ ମନ୍ତ୍ରିମଣ୍ଡଳରେ ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିତ୍ୱ ରହିବ ।

New Cabinet Of Ministers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ