Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ହୀରୀବେନ୍‌ଙ୍କ ଶହେତମ ଜନ୍ମଦିନ

ଶହେ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ।

PM Modi's Mother Birthday

PM Modi's Mother Birthday

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ୍ ଆଜି ତାଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଗାନ୍ଧିନଗର ଯାଇ ମାଆଙ୍କ ପାଦ ଧୋଇବା ସହ ତାଙ୍କର ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରା ଭାବବିହ୍ୱଳ ହୋଇ ପଡିଥିଲେ । ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ନାଁରେ ଗାନ୍ଧିନଗରର ୮୦ ମିଟର ରାସ୍ତାକୁ ପୂଜ୍ୟ ହୀରାବା ମାର୍ଗ ନାଁରେ ନାମିତ କରିଛନ୍ତି ସ୍ଥାନୀୟ ମେୟର ।

Advertisment

ମୋଦି ମାଆଙ୍କ ଜନ୍ମଦିନରେ କହିଛନ୍ତି ଯେ “ଗତ ସପ୍ତାହରେ, ମୋ ଭଣଜା ଗାନ୍ଧିନଗରରୁ ମା’ଙ୍କ କିଛି ଭିଡିଓ ସେୟାର କରିଥିଲେ। ଏହାପରେ ଘର ପାଖର କିଛି ଯୁବକ ଆମ ଘରକୁ ଆସିଥିଲେ, ଘରେ ରଖାଯାଇଥିବା ମୋ ବାପାଙ୍କ ଫଟୋକୁ ଚେୟାରରେ ରଖି ସେଠାରେ ଭଜନ କୀର୍ତ୍ତନ କରିଥିଲେ । ସେହି ସମୟରେ ମାଆ ଭଜନ ଗୀତରେ ମଗ୍ନ ରହିଥିଲେ । ବୟସର ଅପରାହ୍ଣରେ ମାଆ ପହଞ୍ଚିଥିଲେ ବି ସେ ପୂର୍ବପରି ମାନସିକ ସ୍ତରରେ ସଜାଗ ରହିଛନ୍ତି'' । 

Advertisment
PM Modi's Mother Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ