Narendra Modi
ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ଜାତୀୟ ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୨ ଦିନିଆ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ହେବ । ତେବେ ଫୋକସରେ ରହିବ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଡିଲ୍ । ନୌସେନା ପାଇଁ ୨୬ଟି ରାଫେଲ୍ ବିମାନ ଏବଂ ୩ଟି ସ୍କରପିନ୍ କ୍ଲାସ୍ ବୁଡ଼ାଜାହାଜ କ୍ରୟ ପାଇଁ ଫ୍ରାନ୍ସ ସହ ଚୁକ୍ତି ଚୂଡ଼ାନ୍ତ କରିପାରେ ଭାରତ । ...
ଆସନ୍ତାକାଲି ଫ୍ରାନ୍ସର ଜାତୀୟ ଦିବସ ଉତ୍ସବ। ବାଷ୍ଟାଇଲ୍ ଡେ ପରେଡ୍ ପାଇଁ ଭାରତୀୟ ସେନାର ମିଳିତ କଣ୍ଟିନଜେଣ୍ଟର ଜୋରଦାର ଅଭ୍ୟାସ ଚଳାଇଛନ୍ତି । ପ୍ୟାରିସରେ ଅଭ୍ୟାସ ଜାରି ରଖିଛି ଭାରତୀୟ ସେନାର ମିଳିତ କଣ୍ଟିନଜେଣ୍ଟ। ତିନି ସେନାର ଏହି ମିଳିତ କଣ୍ଟିଜେଣ୍ଟ ଆସନ୍ତା ୧୪ ତାରିଖରେ ପ୍ୟାରିସରେ ହେବାକୁ ଥିବା ବାଷ୍ଟାଇଲ ଡେ ପରେଡ୍ ଉତ୍ସବରେ ଭାଗନେବେ । ଏହାର ପ୍ରତିନିଧିତ୍ୱ କରିବ ସ୍ଥଳସେନାର ପଂଜାବ ରେଜିମେଣ୍ଟ ।
ଏଥିପାଇଁ ପ୍ୟାରିସରେ ପହଞ୍ଚିବା ପରେ ଅଭ୍ୟାସ ଜାରି ରଖିଛନ୍ତି ୨୬୯ ଜଣିଆ ଟ୍ରୁପ୍ । ତାସହ ଫ୍ଲାଇପାଷ୍ଟରେ ଭାରତରୁ ତିନିଟି ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବ ବୋଲି ସୂଚନା ମିଳିଛି । ବାଷ୍ଟାଇଲ ଡେ ସେଲିବ୍ରେସନ ନାଁରେ ଜଣାଶୁଣା ଫ୍ରାନ୍ସର ଜାତୀୟ ଦିବସରେ ବିଶ୍ୱର ବିଭିନ୍ନ ଦେଶର ଟ୍ରୁପ୍ ସାମିଲ ହେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689214618.jpg)