Advertisment

କାହାକୁ ମିଳିବ ମନ୍ତ୍ରୀ ପଦ? ଏବେଠୁ ଜୋର ଧରିଲାଣି ଚର୍ଚ୍ଚା

କ୍ୟାବିନେଟରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବା ବେଳେ, ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ବିକଳ୍ପ ମହଜୁଦ ରହିଛି ପ୍ରଧାନମନ୍ତ୍ରୀଙ୍କ ପାଖରେ। ତେଣୁ ଆସନ୍ତାବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ସେଠାକାର ସାଂସଦ ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଇପାରନ୍ତି ମୋଦି

କାହାକୁ ମିଳିବ ମନ୍ତ୍ରୀ ପଦ? ଏବେଠୁ ଜୋର ଧରିଲାଣି ଚର୍ଚ୍ଚା

NarendraModi

Advertisment

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ବଡ଼ ହଲଚଲ। ଚର୍ଚ୍ଚାରେ ପଡ଼ିଲା ପୁନଃଚ୍ଛେଦ। କାଲି ସନ୍ଧ୍ୟାରେ ହେବ କେନ୍ଦ୍ର କ୍ୟାବିନେଟ୍ ସଂପ୍ରସାରଣ। ଜ୍ୟୋତିରାଦିତ୍ୟ ସିନ୍ଦିଆ, ସର୍ବାନନ୍ଦ ସୋନଓ୍ୱାଲ, ପଶୁପତି ପାରସ ଓ ନାରାୟଣ ରାଣେଙ୍କ ସମେତ ବିଭିନ୍ନ ରାଜ୍ୟର ବହୁ ହେଭିୱେଟ୍‌ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଥିଲା। ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରିମଣ୍ଡଳ ଅଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ଧରିଥିଲା। ତେବେ ମୋଦି ନିଜ ଟିମରେ କାହାକୁ ଯୋଡ଼ିବେ, କାହାକୁ ଫେଡ଼ିବେ, କାହା ବିଭାଗ ବଦଳିବ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

Advertisment

ଏପଟେ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ପୂଜାର୍ଚ୍ଚନା, ସେପଟେ ପଶୁପତି ପାରଶଙ୍କ କୁର୍ତ୍ତା କିଣା। ଆସନ୍ନ କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଥିଲା। ଦିଲ୍ଲୀ ଯିବା ପୂର୍ବରୁ ଏହି ଦୁଇ ନେତାଙ୍କ ଏଭଳି ପ୍ରସ୍ତୁତି ରାଜ୍ୟସଭା ସଦସ୍ୟ ତଥା ମଧ୍ୟପ୍ରଦେଶ ବିଜେପିର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଉଜ୍ଜୈନ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରି, ଇନ୍ଦୋରରୁ ଦିଲ୍ଲୀ ଯାଇଥିଲେ। ସେପଟେ ବିହାର ହାଜିପୁର ସାଂସଦ ତଥା ଚିରାଗ ପାଶଓ୍ୱାନଙ୍କ ଦାଦା ପଶୁପତି ପାରସଙ୍କୁ ଲୁଗା ଦୋକାନରୁ ନୂଆ କୁର୍ତ୍ତା କିଣୁଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀରୁ ଡାକରା ସଂପର୍କରେ ପଚାରିବାରୁ ସେ କହିଥିଲେ, ରାଜ୍ କୋ ରାଜ୍ ରେହନେ ଦୋ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଡାକରା ପାଇ ଦିଲ୍ଲୀ ଯାଇଥିବା ଅନ୍ୟ ନେତାଙ୍କ ମଧ୍ୟରେ ଅଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ୍, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ୍, ମହାରାଷ୍ଟ୍ର ରାଜ୍ୟସଭା ସାଂସଦ ନାରାୟଣ ରାଣେ, ଜେଡିୟୁ ସଭାପତି ରାମଚନ୍ଦ୍ର ପ୍ରସାଦ ସିଂ, ଜେଡିୟୁ ସାଂସଦ ଲଲନ୍ ସିଂ, ୟୁପି କୌଶମ୍ବି ସାଂସଦ ବିନୋଦ ସୋନ୍କର୍ ଓ ପଶ୍ଚିମବଙ୍ଗ ସାଂସଦ ନିଶିଥ ପ୍ରମାଣିକ।

Advertisment

କ୍ୟାବିନେଟରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବା ବେଳେ, ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ବିକଳ୍ପ ମହଜୁଦ ରହିଛି ପ୍ରଧାନମନ୍ତ୍ରୀଙ୍କ ପାଖରେ। ତେଣୁ ଆସନ୍ତାବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ସେଠାକାର ସାଂସଦ ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଇପାରନ୍ତି ମୋଦି। ଏଥିରେ ଉତ୍ତରପ୍ରଦେଶକୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ସୁଯୋଗ ମିଳିପାରେ। ଏଥିସହ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବି ଫୋକସରେ ରହିଛି। ତେବେ ସଂପ୍ରସାରଣରେ ସ୍ଥାନ ପାଇବା ନେଇ ଚର୍ଚ୍ଚାରେ ଥିବା ଆଉ କିଛି ନାଁ ମଧ୍ୟରେ ରହିଛି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଉତ୍ତରପ୍ରଦେଶରୁ ବରୁଣ ଗାନ୍ଧି, ଅନୁପ୍ରିୟା ପଟେଲ୍ ଓ ରୀତାବହୁଗୁଣା ଯୋଶୀ, ମହାରାଷ୍ଟ୍ରରୁ ପ୍ରୀତମ ମୁଣ୍ଡେ, ଏବଂ ଓଡ଼ିଶାରୁ ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ। ତେବେ କାଲି ସନ୍ଧ୍ୟାରେ ହିଁ ସ୍ପଷ୍ଟ ହେବ କାହାକୁ ମନ୍ତ୍ରୀ ପଦ ମିଳିବ।

India NarendraModi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ