Advertisment

ପୁଣି ଷ୍ଟାଲିନ୍‌ଙ୍କ ଉପରେ ବର୍ଷିଲେ ମୋଦି... କହିଲେ, ‘ତାମିଲନାଡୁକୁ ଲୁଟ୍‌ କରୁଛି ପୂରା ପରିବାର’

ତାମିଲନାଡୁର ଭେଲୋରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦୁର୍ନୀତି ଉପରେ DMKର ସମ୍ପୂର୍ଣ୍ଣ କପିରାଇଟ୍ ରହିଛି, ପୂରା ପରିବାର ତାମିଲନାଡୁକୁ ଲୁଟ୍‌ କରୁଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
Modi on DMK

Modi on DMK

Advertisment

ଲୋକସଭା ନିର୍ବାଚନ ପାଇଁ ଜାରି ରହିଛି ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୦୦ ପାର୍‌ ନାରାକୁ ବାସ୍ତବ ରୂପ ଦେବା ପାଇଁ ଜୋରସୋରରେ ପ୍ରଚାର ଜାରି ରଖିଛନ୍ତି । ତେବେ ଚଳିତ ଲୋକସଭା ନିର୍ବାଚନରେ ଏଥର ବିଜେପି ଫୋକସରେ ରହିଛି ତାମିଲନାଡୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ତାମିଲନାଡୁ ଗସ୍ତ କରି ବଡ଼ ବଡ଼ ସଭା ଓ ରୋଡ୍‌ ସୋ’ କରି ବିଜେପିକୁ ସଶକ୍ତ କରିବାରେ ଲାଗିଛନ୍ତି। ତେବେ ବୁଧବାର ପ୍ରଧାନମନ୍ତ୍ରୀ ତାମିଲନାଡୁ ଗସ୍ତରେ ଯାଇ ଶାସକ ଦଳ DMKକୁ ଟାର୍ଗେଟ କରିଛନ୍ତି। ଡିଏମ୍‌କେକୁ ଏକ ପରିବାରର କମ୍ପାନୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ତାମିଲନାଡୁର ଭେଲୋରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦୁର୍ନୀତି ଉପରେ DMKର ସମ୍ପୂର୍ଣ୍ଣ କପିରାଇଟ୍ ରହିଛି, ପୂରା ପରିବାର ତାମିଲନାଡୁକୁ ଲୁଟ୍‌ କରୁଛି ବୋଲି ନରେନ୍ଦ୍ର ମୋଦି କହିଛନ୍ତି ।

Advertisment

‘ଡିଏମକେ ତାମିଲନାଡୁକୁ ପୁରୁଣା ଚିନ୍ତାଧାରା, ପୁରୁଣା ରାଜନୀତିର ଫାଶରେ ରଖିବାକୁ ଚାହୁଁଛି। ପୁରା ଡିଏମକେ ଏକ ପରିବାରର କମ୍ପାନୀ ହୋଇସାରିଛି । ଡିଏମକେର ପାରିବାରିକ ରାଜନୀତି ହେତୁ ତାମିଲନାଡୁର ଯୁବକମାନେ ଆଗକୁ ବଢ଼ିବାର ସୁଯୋଗ ପାଇ ପାରୁନାହାନ୍ତି। DMKରୁ ନିର୍ବାଚନ ଲଢ଼ିବା ଏବଂ DMKରେ ଆଗକୁ ବଢ଼ିବା ପାଇଁ ତିନୋଟି ମୁଖ୍ୟ ମାନଦଣ୍ଡ ଅଛି।

ତିନୋଟି ମୁଖ୍ୟ ମାନଦଣ୍ଡ ହେଉଛି ପାରିବାରିକ ରାଜନୀତି, ଦୁର୍ନୀତି ଏବଂ ତାମିଲ ବିରୋଧୀ ସଂସ୍କୃତି’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି, ‘DMK ଲୋକଙ୍କୁ ଭାଷା, ଅଞ୍ଚଳ, ବିଶ୍ୱାସରେ ଭାଗ ଭାଗ କରିଥାଏ ।

Advertisment

ସୂଚନା ଅନୁସାରେ ଚଳିତ ନିର୍ବାଚନରେ ତାମିଲନାଡୁ ନରେନ୍ଦ୍ର ମୋଦିଙ୍କ ଫୋକସରେ ରହିଛି । ସେ ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି । ମଙ୍ଗଳବାର ଦିନ ମୋଦି ତାମିଲନାଡୁର ରାଜଧାନୀରେ ଏକ ବିରାଟ ରୋଡ୍‌ ଶୋ’ କରିଥିଲେ ।

Narendra Modi BJP General Elections 2024 DMK Tamil Nadu CM MK Stalin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ