Advertisment

ହଟିଲା ସସପେନ୍ସ, ବଢିଲା ଉତ୍ସାହ...‘ଗଗନଯାନ’ରେ ମହାକାଶ ଯିବେ ୪ ମହାକାଶଚାରୀ

କିପରି ମହାଶୂନ୍ୟରେ, ଜିରୋ ଗ୍ରାଭିଟିରେ ରହିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ୪ ସମ୍ଭାବ୍ୟ ମହାକାଶଚାରୀ।

undefined

Gaganyaan

Advertisment

ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟାର, ଗ୍ରୁପ୍ କ୍ୟାପଟେନ ଅଜିତ କ୍ରିଷ୍ଣନ୍, ଗ୍ରୁପ କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା । ଏହି ୪ ବାୟୁବୀର... ଏବେ ଗଗନଯାନର ୪ ହିରୋ.... ଭାରତର 'ଫାଣ୍ଟାଷ୍ଟିକ୍-ଫୋର୍'। ଭାରତ ମହାକାଶକୁ ପଠାଇବାକୁ ଥିବା ପ୍ରଥମ ମାନବ ମିଶନ ପାଇଁ, ଏହି ୪ ସମ୍ଭାବ୍ୟ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତଙ୍କ ଘର କେରଳର ତିରୁଭଳିୟାଡ଼ ହୋଇଥିବା ବେଳେ, ଗ୍ରୁପ କ୍ୟାପଟେନ୍ ଅଜିତ ଚେନ୍ନାଇର। ଗ୍ରୁପ କ୍ୟାପଟେନ୍ ଅଙ୍ଗଦ ଉତ୍ତରପ୍ରଦେଶ ପ୍ରୟାଗରାଜର ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଲକ୍ଷ୍ନୌର। ଏହି ଟେଷ୍ଟ ପାଇଲଟମାନଙ୍କ ପାଖରେ ଅଛି ସୁଖୋଇ, ମିଗ୍, ହକ୍, ଜାଗୁଆର୍ ଓ ଡୋର୍ନିଅର ଆଦି ଉଡ଼ାଇବାର ଦୀର୍ଘ ଅଭିଜ୍ଞତା। ୩ ଜଣ ଗ୍ରୁପ୍ କ୍ୟାପଟେନ ଫ୍ଲାଇଂ ଇନଷ୍ଟ୍ରକ୍ଟର ହୋଇଥିବା ବେଳେ, ୱିଙ୍ଗ୍ କମାଣ୍ଡର ଶୁଭ୍ରାଂଶୁ ଜଣେ ଫାଇଟର୍ କମ୍ବାଟ୍ ଲିଡର। ଆଜି ପ୍ରଧାନମନ୍ତ୍ରୀ ମୋଦି କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରି, ସେମାନଙ୍କୁ ପ୍ରଥମ ଥର ପାଇଁ ସର୍ବସମ୍ମୁଖକୁ ଆଣିବା ସହିତ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରିଛନ୍ତି।

କିପରି ମହାଶୂନ୍ୟରେ, ଜିରୋ ଗ୍ରାଭିଟିରେ ରହିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ୪ ସମ୍ଭାବ୍ୟ ମହାକାଶଚାରୀ। ବାୟୁସେନାର ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେସ ମେଡିସିନରେ ୧୨ ପ୍ରାର୍ଥୀଙ୍କ ମଧ୍ୟରୁ ଏହି ୪ ଜଣଙ୍କୁ ଚୟନ କରାଯାଇଥିଲା। ଏହାପରେ ସେମାନେ ରୁଷର ମହାକାଶ ସଂସ୍ଥାରେ ୧୩ ମାସ ଟ୍ରେନିଂ ନେଇଥିଲେ। ଏବେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଆଷ୍ଟ୍ରୋନଟ ଟ୍ରେନିଂ ସେଣ୍ଟରରେ ସେମାନଙ୍କର ପ୍ରଶିକ୍ଷଣ ଚାଲିଛି। ଚଳିତ ବର୍ଷ ଶେଷ ଆଡ଼କୁ ପ୍ରଥମେ ମାନବବିହୀନ ଗଗନଯାନ ମହାକାଶକୁ ପଠାଇବ ଇସ୍ରୋ। ସେଥିରେ ଯିବ ରୋବଟ୍‌ ବ୍ୟୋମମିତ୍ର। ଏହାପରେ ୨୦୨୫ରେ ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ମହାକାଶକୁ ଯାଇ ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଦୂରରେ ୩ ଦିନ ରହିବେ।

Advertisment

ଥିରୁଅନନ୍ତପୁରମରେ ପହଞ୍ଚିବା ପରେ, ବିକ୍ରମ ସାରାଭାଇ ସ୍ପେଶ୍‌ ସେଣ୍ଟରର ଆସେମ୍ଲି ଇଣ୍ଟିଗ୍ରେସନ ଏରିଆ ବୁଲି ଦେଖିଥିଲେ ମୋଦି। ଏହା ଥିଲା କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ VSSC ଗସ୍ତ। ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କ ସହ ଗଗନଯାନର କ୍ରୁ ମଡ୍ୟୁଲ, ସ୍ପେଶ୍ ସଟଲ୍ ପୁଷ୍ପକ ଏବଂ ରୋବଟ୍ ବ୍ୟୋମମିତ୍ର ଆଦିର ଅନୁଧ୍ୟାନ କରିଛନ୍ତି ମୋଦି। ଏହାପରେ ସେ ଇସ୍ରୋର ରକେଟ୍ ଉତ୍ପାଦନ ଓ ସାଟେଲାଇଟ ପ୍ରେରଣ କ୍ଷମତା ବୃଦ୍ଧି ପାଇଁ, ୧୮ଶହ କୋଟି ଟଙ୍କାର ୩ଟି ଅତି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ଖାଲି ଏତିକି ନୁହେଁ, ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ୨୦୩୫ ସୁଦ୍ଧା ଭାରତ ମହାକାଶରେ ନିଜର ସ୍ପେଶ୍ ଷ୍ଟେସନ ପ୍ରତିଷ୍ଠା କରିବ ଏବଂ ଏହି ଅମୃତ କାଳରେ ଆମ ନିଜସ୍ୱ ରକେଟରେ ଭାରତୀୟ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ।

Advertisment

୧୯୮୪ରେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ରାକେଶ ଶର୍ମା ଋଷୀୟ ରକେଟରେ ମହାକାଶକୁ ଯାଇଥିଲେ। କଳ୍ପନା ଚାୱଲା, ସୁନୀତା ୱିଲିୟମସ ଓ ରାଜା ଚାରୀଙ୍କ ଭଳି ବହୁ ଭାରତୀୟ ବଂଶୋଦ୍ଭବ ମଧ୍ୟ ନାସାର ସ୍ପେଶ ମିଶନରେ ମହାକାଶକୁ ଯାଇଛନ୍ତି।

ISRO Gaganyaan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ